'ବିଜେପି ସରକାରକୁ ଆସିଲେ ରୋଜଗାର ପାଇଁ ଲୋକଙ୍କୁ ବାହାରକୁ ଯିବାକୁ ପଡ଼ିବନି'

ଗଞ୍ଜାମ: ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ବିଜେପି ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି । ବୁଧବାର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହା ଦିନିକିଆ ଓଡ଼ିଶା ଗସ୍ତରେ ଆସି ଗଞ୍ଜାମ ଜିଲାର ସୋରଡ଼ାଠାରେ ଆୟୋଜିତ ଏକ ସମାବେଶରେ ଯୋଗ ଦେଇଥିଲେ ।

ଏଠାରେ ଶାହା ସିଧା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ସେ ତାଙ୍କ ଅଭିଭାଷଣରେ କହିଥିଲେ, ନବୀନ ବାବୁଙ୍କ ଜିଲା ଗଞ୍ଜାମ ହୋଇଥିଲେ ମଧ୍ୟ ଏହି ଜିଲାର ବିକାଶ ହୋଇପାରିନାହିଁ । ଆମକୁ ଭୋଟ୍ ଦେଇ ଜିତାଇଲେ ଆମେ ଏହି ଜିଲାକୁ ୧ ନଂ କରିଦେବୁ । ସେ ଆହୁରି କହିଛନ୍ତି ଓଡ଼ିଶାରେ ରୋଜଗାର ଅଭାବ କାରଣରୁ ବାହାର ରାଜ୍ୟକୁ ଯାଉଛନ୍ତି ।

amit shah

ରାଜ୍ୟରେ ବିଜେପି ସରକାର ଆସିଲେ ରୋଜଗାର ପାଇଁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ । ସେ କହିଛନ୍ତି ଯେ, ଓଡ଼ିଶାରେ ଚାଷୀଙ୍କ ଆୟ ସର୍ବନିମ୍ନ । ପଡ଼ୋଶୀ ଛତିଶଗଡ଼ ବହୁ ପଛରେ ରାଜ୍ୟ ହୋଇ ମଧ୍ୟ ସେଠାରେ ଚାଷୀମାନଙ୍କର ଆୟ ଓଡ଼ିଶା ତୁଳନାରେ ଅଧିକ । ଛତିଶଗଡ଼ରେ ବିଜେପି ସରକାର ଧାନ କୁଇଣ୍ଟାଲ ୩୧୦୦ ଟଙ୍କାରେ କିଣୁଛି ।

କେନ୍ଦ୍ରମନ୍ତ୍ରୀ ଶାହ ସଭା ଆରମ୍ଭରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଦ୍ୱିତୀୟ ଥର ନବୀନ ବାବୁ ଆସିବ ନାହିଁ ବୋଲି କହିଛନ୍ତି । ଓଡ଼ିଶାର ଜନତା ତାଙ୍କୁ ବିଦାୟ ଦେଉଛନ୍ତି । ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ହେବେ । ଗତ ୨୫ ବର୍ଷ ମଧ୍ୟରେ ନବୀନ ବାବୁ ଓଡ଼ିଶାକୁ ୫୦ ବର୍ଷ ପଛକୁ ନେଇ ଯାଇଛନ୍ତି । ଓଡ଼ିଶାର ୬୪୧୨ ଗାଁକୁ ରାସ୍ତା ନାହିଁ । ବିଜେପି ସରକାର ଆସିଲେ ୨ ବର୍ଷରେ ସ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+