ପୋଲିସ୍ ସ୍ମୃତି ଦିବସରେ ଅମର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ: ପୋଲିସ୍ ସ୍ମୃତି ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପୋଲିସ୍ କର୍ମଚାରୀମାନଙ୍କୁ ସେମାନଙ୍କ ବଳିଦାନ ନିମନ୍ତେ ସମ୍ମାନିତ କରିଛନ୍ତି । ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦୀ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ପୋଲିସ୍ କର୍ମଚାରୀମାନଙ୍କ ସମର୍ପଣ ଭାବନାକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ପୋଲିସ୍ କର୍ମଚାରୀ ହେଉଛନ୍ତି ସାହସ ଏବଂ ଦୃଢ଼ ସଂକଳ୍ପର ନିଦର୍ଶନ । ଅନ୍ୟପଟେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ସର୍ବୋଚ୍ଚ ବଳିଦାନ ପୂର୍ବକ ଅମର ଶହୀଦମାନଙ୍କୁ ପ୍ରଣାମ ଜଣାଇଛନ୍ତି । ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶାହା କହିଛନ୍ତି ପୋଲିସ୍ କର୍ମଚାରୀ ଏବଂ ସେମାନଙ୍କ ପରିବାର ଦ୍ୱାରା ରାଷ୍ଟ୍ର ସୁରକ୍ଷା ପାଇଁ ଦିଆଯାଇଥିବା ବଳିଦାନକୁ ସେ ସମ୍ମାନ କରୁଛନ୍ତି ।

ଆଜି ସକାଳେ ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ପୋଲିସ୍ ସ୍ମାରକରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ଅମିତ ଶାହା ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଗୃହ ରାଷ୍ଟ୍ରମନ୍ତ୍ରୀ ବନ୍ଦୀ ସଂଜୟ କୁମାର, ଗୃହ ସଚିବ ଗୋବିନ୍ଦ ମୋହନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ରାଷ୍ଟ୍ରୀୟ ପୋଲିସ୍ ସ୍ମାରକରେ ଶହୀଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅମିତ ଶାହା କହିଛନ୍ତି ୩୬ ହଜାର ୪୬୮ ଜଣ ପୋଲିସ୍ କର୍ମଚାରୀ ଦେଶପାଇଁ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି ।

Amit Shah

ଗତବର୍ଷ ୨୧୬ ଜଣ ପୋଲିସ୍ କର୍ମଚାରୀ ଶହୀଦ ହୋଇଛନ୍ତି । ସେମାନଙ୍କ ପ୍ରଚେଷ୍ଟା ଯୋଗୁଁ ଜାମ୍ମୁ କାଶ୍ମୀର, ପୂର୍ବାଞ୍ଚଳ ଏବଂ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ହୋଇଛି । ଅମିତ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ଗ୍ରହଣ କରିବା ପରେ ବୀର ଯବାନମାନଙ୍କ ସମ୍ମାନରେ ଦିଲ୍ଲୀରେ ଏକ ପୋଲିସ୍ ସ୍ମାରକ ନିର୍ମାଣ ଲାଗି ନିଷ୍ପତ୍ତି ନେଇଥିଲେ । ଦେଶ ପାଇଁ ପ୍ରାଣବଳି ଦେଇଥିବା ବୀର ଯବାନମାନଙ୍କ ପ୍ରତି ଦେଶ ସବୁବେଳେ କୃତଜ୍ଞ ରହିବ ବୋଲି ଅମତ ଶାହା କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+