ଗୋଟିଏ ମଞ୍ଚରେ ଶାହ-ନବୀନ

କଟକ ଇନଡୋର ଷ୍ଟାଡିୟମ ସଭାରେ ଯୋଗ ଦେଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଜାତନ୍ତ୍ର ୭୫ତମ ପ୍ରତିଷ୍ଠା ଉତ୍ସବରେ ଉଭୟ ଯୋଗ ଦେଇଛନ୍ତି ।

କଟକ: ସ୍ଥାନୀୟ ଇନଡୋର ଷ୍ଟାଡିୟମ ସଭାରେ ଯୋଗ ଦେଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଜାତନ୍ତ୍ର ୭୫ତମ ପ୍ରତିଷ୍ଠା ଉତ୍ସବରେ ଉଭୟ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ପହଞ୍ଚି ପରିଦର୍ଶନ ପରେ ନେତାଜୀଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଅମିତ ଶାହା ।

CM Naveen Patnaik

ତେବେ କଟକରେ ପହଞ୍ଚିବା ପୂର୍ବରୁ ଆଜି ଭୁବନେଶ୍ୱରରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଠାକୁରଙ୍କୁ ଦର୍ଶନ କରିବା ପରେ ଲିଙ୍ଗରାଜଙ୍କ ପାଖରେ ଜଳାଭିଷେକ କରିଥିଲେ ଶାହା । ଏହା ପରେ ମନ୍ଦିର ପରିକ୍ରମା କରି ମା ପାର୍ବତୀଙ୍କ ମନ୍ଦିରକୁ ଯାଇ ପୂଜାଚ୍ଚର୍ନ କରିଥିଲେ । ଏଥିପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଆଜି ଶ୍ରାବଣ ଶେଷ ସୋମବାର ହୋଇଥିବାରୁ ମନ୍ଦିରରେ କାଉଡିଆଙ୍କ ଭିଡ଼ ରହିଥିଲା । ତେଣୁ ଅମିତ ଶାହା ମନ୍ଦିର ପ୍ରବେଶ ବେଳେ କାଉଡିଆ ଓ ସାଧାରଣ ଲୋକଙ୍କ ପାଇଁ ୨୦ ମିନିଟ୍ ପର୍ଯ୍ୟନ୍ତ ମନ୍ଦିର ପ୍ରବେଶ ବାରଣ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+