ଲାଞ୍ଚ ନେଉଥିଲେ ଅମିନ, ମାଡ଼ିବସିଲା ଭିଜିଲାନ୍ସ

ସୁନ୍ଦରଗଡ଼ ଜିଲା କୁତ୍ରା ତହସିଲ କାର୍ଯ୍ୟାଳୟର ଜଣେ ଅମିନ ଶିଶିର କୁମାର ନାଏକ ବୁଧବାର ୬ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଭିଜିଲାନ୍ସ ଟିମ୍‌ ଏହି ଲାଞ୍ଚ ଟଙ୍କା ତାଙ୍କଠାରୁ ଜବତ କରିବା ସହ ଅଫିସ ଓ ବନ୍ଧବାହାଲସ୍ଥିତ ବାସଭବନରେ ଚଢ଼ାଉ ଚାଲିଛି। ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରି ପଚରାଉଚରା ପରେ ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଛି।

Vigilance
ଭିଜିଲାନ୍ସ ବିଭାଗ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଅଭିଯୁକ୍ତ ଅମିନ ଜଣେ ବ୍ୟକ୍ତିଙ୍କ ଜମି ଭାଗ ପାଇଁ ଜମିପଟ୍ଟାର ସ୍କେଚ୍‌ ମ୍ୟାପ ତିଆରି ପାଇଁ ୬ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗକାରୀ ଏହି ଟଙ୍କା ନ ଦେବାରୁ ଅମିନ ଜଣକ ତାଙ୍କୁ ହଇରାଣ କରି ଆସୁଥିଲେ। ଫଳରେ ଅଭିଯୋଗକାରୀ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗକୁ ଜଣାଇବା ପରେ ରାଉରକେଲା ଭିଜିଲାନ୍ସ ଥାନାରେ କେସ୍‌ ନମ୍ବର ୬/୨୦୨୫ରେ ମଙ୍ଗଳବାର ଏକ ମାମଲା ରୁଜୁ ହୋଇଥିଲା। ଯୋଜନା ମୁତାବକ ଏହି ଟଙ୍କା ଅଭିଯୋଗକାରୀଙ୍କଠାରୁ ଏହି ଲାଞ୍ଚଟଙ୍କା ଗ୍ରହଣ କରୁଥିବା ବେଳେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ସେଠାରେ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରି ତାଙ୍କ ଠାରୁ ରାସାୟନିକ ପ୍ରଲେପ ଦିଆ ଏହି ଟଙ୍କା ଜବତ କରିଥିଲା।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+