ଅମିନଙ୍କୁ ମହଙ୍ଗା ପଡ଼ିଲା ଦୁର୍ବ୍ୟବହାର, ନିଲମ୍ବିତ କଲେ ଜିଲ୍ଲାପାଳ, ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ
ରେଢ଼ାଖୋଲ: ଜିଲା ପରିଷଦଙ୍କୁ ତହସିଲଦାର ଓ ଅମିନଙ୍କୁ ଦୁର୍ବ୍ୟବହାର ଘଟଣାରେ ଅମିନଙ୍କୁ ନିଲମ୍ବନ ସହ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଉପଜିଲାପାଳଙ୍କ ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମ୍ବଲପୁର ଜିଲାପାଳ ଅମିନ କୁଳମଣି ନାଏକଙ୍କୁ ନିଲମ୍ବନ ସହ ତହସିଲଦାରଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି।
ଗତ ୧୩ ତାରିଖରେ ତହସିଲ କାର୍ଯ୍ୟାଳୟରେ ତହସିଲଦାର ଓ ଅମିନ ଜିଲା ପରିଷଦଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ତେବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଘଟଣାର ତଦନ୍ତ ନିର୍ଦ୍ଦେଶ ପରେ ଜିଲାପାଳ ତଦନ୍ତ କରି ପ୍ରାଥମିକ ପର୍ଯ୍ୟାୟରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ ଜରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ରେଢାଖୋଲ ଜୋନ୍-୨ ଜିଲାପରିଷଦ ସଭ୍ୟ ଶରତ କୁମାର ପ୍ରଧାନ ତାଙ୍କର ଏକ ମ୍ୟୁଟେଶନ କେସ୍ ତହସିଲଦାର ଖାରଜ କରିଥିବା ନେଇ ତାର କାରଣ ସମ୍ପର୍କରେ ଜାଣିବାକୁ ତହସିଲଦାରଙ୍କ ଅଫସ ପ୍ରକୋଷ୍ଠ କୁ ଯାଇ ପଚାରିବାରେ ତହସିଲଦାର ଉତକ୍ଷିପ୍ତ ହୋଇ ମୁଁ କିଛି ଜାଣିନାହିଁ, କିଛି କହି ପାରିବିନାହିଁ ବୋଲି କହି ଗେଟ୍ ଆଉଟ୍ କହିଥିଲେ। ଜଣେ ଜନପ୍ରତିନିଧିଙ୍କୁ ଏଭଳି ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି ଜିଲାପରିଷଦ ସଭ୍ୟ କହିବାରୁ ତହସିଲଦାର ତାଙ୍କ ଚୌକିରୁ ଉଠିପଡ଼ି ଚପଲରେ ପିଟିବାକୁ ଉଦ୍ୟମ କରିବା ସହ ଅଫିସ କର୍ମଚାରୀ ଅମିନ କୁଳମଣି ନାଏକଙ୍କୁ ଡାକି ଅଫିସରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଫଳରେ ଅମିନ କୁଳମଣି ଜିଲାପରିଷଦ ସଭ୍ୟଙ୍କୁ ଧକ୍କା ମାରି ଅଫିସରରୁ ବାହାର କରିଦେଇଥିଲେ। ଏ ନେଇ ଜିଲାପରିଷଦ ସଭ୍ୟ ରେଢ଼ାଖୋଲ ଥାନାରେ ତହସିଲଦାରଙ୍କ ବିରୋଧରେ ରେଢ଼ାଖୋଲ ଥାନାରେ ଲିଖିତ ଅଭିଯୋଗ କରିବା ସହ ଉପଜିଲାପାଳ ରଶ୍ମୀରଞ୍ଜନ ମହାନ୍ତଙ୍କୁ ମଧ୍ୟ ଅଭିଯୋଗ କରିଥିଲେ।
ଜିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନଙ୍କୁ ତହସିଲଦାର ଓ ତାଙ୍କ ଅଫିସର ଅମିନ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ସମ୍ବଲପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରେଢ଼ାଖୋଲ ଉପ-ଜିଲ୍ଲାପାଳ ରଶ୍ମିରଞ୍ଜନ ମହନ୍ତ ଘଟଣାର ତଦନ୍ତ କରି ରିପୋର୍ଟ ଦେଇଥିଲେ। ବିଭିନ୍ନ ପକ୍ଷର ବୟାନ ଓ ସିସିଟିଭି ଫୁଟେଜ ଆଧାରରେ ଉପ-ଜିଲ୍ଲାପାଳ ତାଙ୍କ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲାପାଳଙ୍କୁ ଦେଇଥିଲେ। ତାଙ୍କ ରିପୋର୍ଟ ଆଧାରରେ ଜିଲ୍ଲାପାଳ ଅମିନ କୁଳମଣି ନାଏକଙ୍କୁ ନିଲମ୍ବନ କରିଛନ୍ତି।












Click it and Unblock the Notifications