ନୂଆ ଦଳ ଗଢ଼ିବା ଚର୍ଚ୍ଚା ଭିତରେ ପୁଣି କଂଗ୍ରେସକୁ ଧୋଇଲେ ମୋକିମ୍‌

ପୁଣି କଂଗ୍ରେସ ଦଳର ନିଷ୍ପତ୍ତିକୁ ନିଶାଣ କରିଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଏଆଇସିସିର ଭୁଲ ନିଷ୍ପତ୍ତି ଯୋଗୁଁ କଂଗ୍ରେସ ବିଫଳ ବୋଲି କହିଛନ୍ତି ମୋକିମ ।

Mokim

ଆଗାମୀ ଦିନରେ ନୂଆ ଆଞ୍ଚଳିକ ରାଜନୈତିକ ଦଳ ଗଢିବା ଚର୍ଚ୍ଚା ଭିତରେ ପୁଣି କଂଗ୍ରେସ ଦଳକୁ ନିଶାଣ କରିଛନ୍ତି ପୂର୍ବତ୍ତନ ବିଧାୟକ ତଥା ପୂର୍ବତ୍ତନ କଂଗ୍ରେସ ନେତା ମହମ୍ମଦ ମୋକିମ । ପୁଣି କଂଗ୍ରେସର ରାଷ୍ଟ୍ରୀୟ ନେତୃତ୍ଵଙ୍କୁ ନିଶାଣ କରି କହିଛନ୍ତି ଯେ,ଏଆଇସିସି ର ଭୁଲ ନିଷ୍ପତ୍ତି ଯୋଗୁଁ ଆଜି କଂଗ୍ରେସ ବିଫଳ ହେଉଛି । କେବଳ ଓଡ଼ିଶା ନୁହେଁ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ କଂଗ୍ରେସ ବିଫଳ ହେଉଛି । କଂଗ୍ରେସ ଯେଉଁ ରାଜ୍ୟରୁ କ୍ଷମତାରୁ ଯାଇଛି ଆଉ କ୍ଷମତାକୁ ଫେରି ପାରୁନିନ ବୋଲି କହିଛନ୍ତି ମୋକିମ । ଏଥି ପାଇଁ ସେ ଦିଲ୍ଲୀ ନେତୃତ୍ଵନକୁ ସିଧାସଳଖ ଦାୟୀ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ(CWC) ଶଶୀ ତରୁର ଓ ଦିଗବିଜୟ ସିଂ କଂଗ୍ରେସ ଏହି ସେଟ ଅପ୍ ରେ ଆଗକୁ ବଢି ପାରିବ ନାହିଁ ବୋଲି କହିଲେଣି ।

ଏହା ସହ ନୂଆ ଦଳ ସମ୍ପର୍କରେ ସେ କହିଛନ୍ତି ଯେ, ନୂଆ ଦଳ ପାଇଁ ବ୍ଲୁ-ପ୍ରିଣ୍ଟ ସମ୍ପୂର୍ଣ୍ଣ ସରିନାହିଁ । ଆଉ ୩/୪ ପର୍ଯ୍ୟାୟ ଆଲୋଚନା ବାକି ଅଛି । ଏହି ଦଳ ଭିନ୍ନ ପ୍ରକାର ହେବ ଏବଂ ବିଭିନ୍ନ ପ୍ରକାରର ସାମାଜିକ ନ୍ୟାୟ କାର୍ଯ୍ୟ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+