ହୋଲିର ଉତ୍ସାହ ଭିତରେ ଦୁଃଖ ଭରିଦେଲା ଅଘଟଣ ,ରାଜ୍ୟର ବିଭିନ୍ନ ସ୍ଥାନରେ ପାଣିରେ ବୁଡ଼ି ୩ ଜଣଙ୍କର ଗଲା ଜୀବନ
ହୋଲି ଖେଳି ଗାଧୋଇବାକୁ ଯାଇଥିବା ବେଳେ ଭାସିଗଲେ ନାବାଳକ । ଏଭଳି ଘଟଣା ଘଟିଛି କଟକ ବଡମ୍ବା ଟି ସେତୁ ନିକଟରେ । ନାବାଳକ ଜଣକ ବଡମ୍ବା ତୁଣପୁର ଗାଁର ଜୀବନ ବେହେରା ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ତୁଣପୁର ଗାଁର ୩ ଜଣ ନାବାଳକ ହୋଲି ରଙ୍ଗ ଖେଳି ଗାଧୋଇବାକୁ ଆସିଥିଲେ । ଏହି ସମୟରେ ଜଣେ ନାବାଳକ ବୁଡ଼ି ଯାଇଥିଲେ। ତାଙ୍କୁ ଦମକଳ ବାହିନୀ ଉଦ୍ଧାର କରିଥିଲେ। କିନ୍ତୁ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେପଟେ ଯାଜପୁର ଜିଲ୍ଲା ବ୍ରାହ୍ମଣୀ ନଦୀର ଖରୀପଡ଼ିଆ ଘାଟରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ବରୀ ଯଁପଡା ଅଂଚଳର ହିରଣ୍ୟ କୁମାର ବେହୁରିଆ। ମୃତକ ଜଣକ ରଙ୍ଗ ଖେଳ ପରେ ସାଙ୍ଗ ସହ ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ କୌଣସି ଅସାବଧାନତାବଶତଃ ନଦୀରେ ବୁଡି ଯାଇଥିଲେ। ଅନ୍ୟପଟେ ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ଯୋକଡିଆ ଖରସ୍ରୋତା ନଦୀରେ ଅଘଟଣ ଘଟିଛି। ରଙ୍ଗ ଖେଳିସାରି ନଦୀରେ ଗାଧୋଉଥିବା ବେଳେ ବୁଡ଼ିଯାଇ ଜଣେ ଯୁବକ ମୃତ ଘଟିଛି। ମୃତ ଯାଜପୁର ରୋଡ ଥାନା ପଦ୍ମପୁର ଅଞ୍ଚଳର ସଂଗ୍ରାମ ଅଜିତାଭ ଦାସ (୪୦)। ସେ ଏଚ୍ଡିଏଫ୍ସି ବ୍ୟାଙ୍କରେ ଉଚ୍ଚ ପଦସ୍ଥ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ।












Click it and Unblock the Notifications