‘ସୁଭଦ୍ରା’ ନେଇ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ,କହିଲେ ଫର୍ମ ଦାଖଲର କୌଣସି ଶେଷ ତାରିଖ ନାହିଁ,

ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ 'ସୁଭଦ୍ରା' ଯୋଜନା ଫର୍ମ ଦାଖଲକୁ ନେଇ ଲୋକଙ୍କ ମନରେ ରହିଛି ବହୁ ଦ୍ୱନ୍ଦ୍ୱ। ଆଜି ଏହି ଦ୍ୱନ୍ଦ୍ୱ ଦୂର କରିଛନ୍ତି ଜନସେବା କେନ୍ଦ୍ରର 'ସୁଭଦ୍ରା' ଯୋଜନା କାର୍ଯ୍ୟକାରୀ ମୁଖ୍ୟ ଦିଲ୍ଲୀପ ଦାଶ। ସେ କହିଛନ୍ତି, ଘରେ ରହି ଅନ୍‌ଲାଇନରେ କରି ପାରିବେନି ସୁଭଦ୍ରା ଯୋଜନା ଆବେଦନ। ଶ୍ରୀ ଦାଶ କହିଛନ୍ତି, ସୁଭଦ୍ର ପାଇଁ ଆବେଦନ କରିବାକୁ ହେଲେ ଜନସେବା କେନ୍ଦ୍ରକୁ ଆସିବାକୁ ପଡ଼ିବ। ଆଜି ସନ୍ଧ୍ୟାରୁ ଖୋଲିବ ସୁଭଦ୍ରା ପୋର୍ଟାଲ।

ତେଣୁ ଏବେଠୁ ଜନସେବା କେନ୍ଦ୍ରରେ ଲଗାନ୍ତୁନି ଭିଡ଼। ସେହିପରି ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ଶେଷ ତାରିଖ ଘୋଷଣା ହୋଇନାହିଁ। ତେଣୁ ଶେଷ ଆବେଦନକାରୀ ଥିବା ଯାଏଁ ଜାରି ରହିବ ଫର୍ମ ଗ୍ରହଣ ବୋଲି ଶ୍ରୀ ଦାଶ କହିଛନ୍ତି। ଗାଁ ଠାରୁ ସହର ଯାଏଁ ମହିଳାମାନେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ବ୍ୟସ୍ତ ହୋଇପଡ଼ିଛନ୍ତି। ମୋ ସେବା କେନ୍ଦ୍ର, ଆନ୍‌ଲାଇନ୍‌ ସେଣ୍ଟର, ପୋଷ୍ଟ ଅଫିସ, ବ୍ୟାଙ୍କରେ ମହିଳାମାନଙ୍କର ଭିଡ଼ ରହୁଛି।

ଏହାର କାରଣ ହେଲା ଆଧାରକାର୍ଡ ଓ ବ୍ୟାଙ୍କ ପାସ୍‌ବୁକ୍‌ରେ ଥିବା ତ୍ରୁଟିକୁ ସଂଶୋଧନ କରିବା। ଏହାରି ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବୁଧବାର ଅପରାହ୍‌ଣରେ କଲ ସେଣ୍ଟର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା ବଡ଼ ଘୋଷଣା କରିଛନ୍ତି, ଯାହାକି ହିତାଧିକାରୀଙ୍କୁ ବଡ଼ ଆଶ୍ବସ୍ତି ମିଳିଛି।

Amid Huge Rush For Subhadra Yojana

ସେ କହିଛନ୍ତି, ୧୭ ତାରିଖ ପରେ ପଂଜୀକରଣ କଲେ ମଧ୍ୟ ହିତାଧିକାରୀମାନେ ଟଙ୍କା ପାଇପାରିବେ। ସୁଭଦ୍ରା ଫର୍ମ ଦାଖଲ କରିବାର କୌଣସି ଶେଷ ତାରିଖ ନାହିଁ। ଆସନ୍ତା ୧୭ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କୁ ସୁବଦ୍ରା ଯୋଜନାରେ ଟଙ୍କା ମିଳିବ। ୧୭ ତାରିଖ ପରେ ମଧ୍ୟ ଫର୍ମ ଦାଖଲ କଲେ ପ୍ରଥମ କିସ୍ତିର ଟଙ୍କା ମିଳିପାରିବ।

ସୂଚନାଯୋଗ୍ୟ, ଗତ ରବିବାର ଠାରୁ ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ସମସ୍ତଙ୍କୁ ଫର୍ମ ଯୋଗାଇ ଦିଆଯାଇଥିଲା । ଏହା ପରେ ସୋମବାର ସୁଭଦ୍ରା ପୋର୍ଟାଲ ଲଞ୍ଚ କରିଥିଲେ ଉପମୁଖ୍ୟମନ୍ତ୍ରୀ। ରାଜ୍ୟର ଅଙ୍ଗନଓ୍ବାଡି କେନ୍ଦ୍ର, ମୋ ସେବା କେନ୍ଦ୍ର ଇତ୍ୟାଦିରେ ଫର୍ମ ଯୋଗାଇ ଦିଆଯାଉଛି। ସେପଟେ ଆଜିଠୁ ଆରମ୍ଭ ହେଉଛି 'ସୁଭଦ୍ରା' ଯୋଜନାରେ ଆବେଦନ ।

ଯେଉଁମାନେ ଫର୍ମ ନେଇଥିଲେ ସେମାନେ ପୂରଣ କରିସାରିବା ପରେ ଆଜି ଠାରୁ ଦାଖଲ କରିପାରିବେ। ମୋ' ସେବା କିମ୍ବା ଜନସେବା କେନ୍ଦ୍ରରେ ଆବେଦନ କରାଯିବ । ୨୧ରୁ ୬୦ ବର୍ଷର ମହିଳା ଏଥିପାଇଁ ଆବେଦନ କରିପାରିବେ । ଆଉ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ପ୍ରଥମ କିସ୍ତି ଟଙ୍କା ମିଳିବ। ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରକୁ ପର୍ଯ୍ୟାପ୍ତ ସୁଭଦ୍ରା ଫର୍ମ ଦିଆଯାଇଛି।

ଆବେଦନକାରୀମାନେ ଫର୍ମ ପୂରଣ କରି ଏହାକୁ ନିକଟସ୍ଥ 'ମୋ ସେବା କେନ୍ଦ୍ର' କିମ୍ବା ଜନସେବା କେନ୍ଦ୍ରରେ ଦାଖଲ କରିପାରିବେ ଏବଂ ପୂରଣ କରି ଦାଖଲ କରିବା ସମ୍ପୂର୍ଣ୍ଣ ମାଗଣା ରହିଛି । ଅର୍ଥାତ କାହାରିକୁ ଟଙ୍କାଟିଏ ବି ଦେବାକୁ ପଡିବ ନାହିଁ ।

କେବଳ ଯୋଗ୍ୟ ହିତାଧିକାରୀ ହିଁ ଏହି ଯୋଜନାର ଲାଭ ପାଇପାରିବେ । ପୂର୍ବରୁ ଏଥିପାଇଁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରି ସାରିଛନ୍ତି ରାଜ୍ୟ ସରକାର । ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ଇ-କେୱାଇସି (E-KYC) ବାଧ୍ୟତାମୂଳକ ହୋଇଥିବାରୁ ଆଧାର କାର୍ଡ ସହ ମୋବାଇଲ ଫୋନ ଲିଙ୍କ ରହିଥିବା ଆବଶ୍ୟକ । ନଚେତ ସୁଭଦ୍ରା ଯୋଜନାରୁ ଯୋଗ୍ୟ ହିତାଧିକାରୀ ବି ବଞ୍ଚିତ ହେବେ । ତେଣୁ ଅନେକ ଜନକେନ୍ଦ୍ରରେ ଏବେ E-KYC କରିବା ପାଇଁ ବି ଲମ୍ବା ଲାଇନ ଲାଗୁଥିବା ଦେଖିବାକୁ ମିଳୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+