ଜେଲରୁ ବାହାରିଲେ କର୍ପୋରେଟର ଅମରେଶ ଜେନା
ଝାରପଡ଼ା ଜେଲରୁ ବାହାରିଲେ ବିଜେଡି କର୍ପୋରେଟର ଅମରେଶ ଜେନା । ଦୁଇ ମାସରୁ ଅଧିକ ଦିନ ଧରି ଜେଲରେ ଥିଲେ ଅମରେଶ ଜେନା। ଜେଲରୁ ବାହାରିବା ପରେ ତାଙ୍କର ଭବ୍ୟ ସ୍ବାଗତ କରିଥିଲେ ସମର୍ଥକମାନେ । ପୁଷ୍ପ ମାଲ୍ୟ ସହ ଆଳତି କରିଛନ୍ତି ମହିଳା ସମର୍ଥକ । ଏହାପରେ ବାଜା ବଜାଇ ବିରାଟ ପଟୁଆରରେ ଅମରେଶ ଜେନାଙ୍କୁ ପାଛୋଟି ନେଇଥିଲେ ଶୁଭେଚ୍ଛୁ । ତାଙ୍କର ସମର୍ଥକମାନେ ବାଇକ୍ ଶୋଭାଯାତ୍ରା କରି ଅମରେଶ ଜେନା ଜିନ୍ଦାବାଦ ନାରା ପକାଇଥିଲେ ।

ସୂଚନାଯୋଗ୍ୟ ଯେ, ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଓ ଗର୍ଭ ନଷ୍ଟ କରିବା ସହ ହତ୍ୟା ଧମକ ଦେବା ମାମଲାରେ ଗିରଫ ହୋଇଥିଲେ ବିଜେଡି କର୍ପୋରେଟର ଅମରେଶ ଜେନା । ତାଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ ହାଇକୋର୍ଟ। ୨୫ହଜାର ଟଙ୍କିଆ ଦୁଇ ଜାମିନ ଦାର ବଦଳରେ ସର୍ତ୍ତମୂଳକ ଜାମିନ ଦେଇଥିଲେ ।












Click it and Unblock the Notifications