ଅସନ୍ତୋଷର ପେଡ଼ି ଖୋଲିଲେ ଅମରେଶ ଜେନା ; କହିଲେ ୪/୫ଜଣ ବିଜେଡିକୁ କବ୍ଜା କରିଛନ୍ତି
ଥମିବାର ନାଁ ନେଉନାହିଁ ବିଜେଡି କନ୍ଦଳ। ଏବେ ବିଜେଡି କଳିକୁ ନେଇ ବରିଷ୍ଠ ନେତା ଅମରେଶ ଜେନା ବିସ୍ଫୋରକ ବୟାନ ଦେଇଛନ୍ତି। ଦଳର ୪ ରୁ ୫ ଜଣ ନେତା ଦଳକୁ ବୁଡ଼ାଇଦେବେ ବୋଲି ସେ କହିଛନ୍ତି। ଅମରେଶ କହିଛନ୍ତି, ଦଳ ଠିକ ଢଙ୍ଗରେ ପରିଚାଳନା ହେଉନାହିଁ । ଯେଉଁମାନେ କାମ କରୁଛନ୍ତି ଅଣାଦେଖା କରାଯାଉଛି॥ ଯେଉଁ ୪ରୁ ୫ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି ସେମାନେ ନିରପେକ୍ଷ ନୁହନ୍ତି। ମେଳି କରିଥିବା ବରିଷ୍ଠଙ୍କ ଦ୍ବାରା ସେମାନେ ପରିଚାଳିତ ହେଉଛନ୍ତି। ସେମାନେ ଯାହା କହୁଛନ୍ତି, ଏମାନେ କରୁଛନ୍ତି ।

ତେବେ ଅମରେଶଙ୍କ ଏଭଳି ବୟାନ ପରେ କିଏ ସେ ୫ ନେତା ବୋଲି ଆଲୋଚନା ବଢ଼ିବାରେ ଲାଗିଛି। ପରୋକ୍ଷରେ କାହାକୁ ଇଙ୍ଗିତ କରି ସେ ଏଭଳି କଟାକ୍ଷ କରିଛନ୍ତି ତାହା ଚର୍ଚ୍ଚାର ବିଷୟ ପାଲଟିଛି।












Click it and Unblock the Notifications