ଆମ୍ବୁଲାନ୍ସ-ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ୪ ମୃତ
ରାୟଗଡ଼ା ଜିଲ୍ଲା ଅମ୍ବାଦଳା ନିକଟ ମଞ୍ଜରିକୋପା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୋଟିଏ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ସେଥିରେ ଥିବା ସମସ୍ତ ୪ ଜଣଙ୍କ ମୃତ୍ୟୁ ହୋଇଛି ।
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଅମ୍ବାଦଳା ନିକଟ ମଞ୍ଜରିକୋପା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୋଟିଏ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ସେଥିରେ ଥିବା ସମସ୍ତ ୪ ଜଣଙ୍କ ମୃତ୍ୟୁ ହୋଇଛି ।

ସମସ୍ତ ମୃତକ ବଲାଙ୍ଗୀର ଜିଲ୍ଲାର । ଦୁର୍ଘଟଣାରେ ୨ଜଣ ଗୁରୁତର ଆହତ ହୋଇ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ସମସ୍ତେ ବିଷମକଟକ ଖ୍ରୀଷ୍ଟିୟାନ ହସ୍ପିଟାଲରେ ଚିକିତ୍ସିତ ହୋଇ ନିଜ ଘରକୁ ଫେରୁଥିଲେ । ଟ୍ୟାଙ୍କରଟି ଝାରସୁଗୁଡାରୁ ଟିକିରି ଅଭିମୁଖେ ଆସୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ତିନି ପୁରୁଷ ରହିଛନ୍ତି । ଘଟଣାସ୍ଥଳରେ ମୁନିଗୁଡା ଏସଡିପିଓ ଓ ଅମ୍ବାଦଳା ପୋଲିସ୍ ପହଞ୍ଚି ତଦନ୍ତ କରୁଛି ।
ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା କପିଳଭଟ୍ଟା ଗାଁର ହନୀ ହଂସ କିଡ୍ନୀ ରୋଗରେ ପୀଡ଼ିତ ଥିଲେ । ତାଙ୍କୁ ପରିବାର ଲୋକେ ବିଷମକଟକ ଖ୍ରୀଷ୍ଟିଆନ୍ ମେଡିକାଲ୍ରେ ଭର୍ତ୍ତି କରିଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସୁନଥିବାରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ସେଥିପାଇଁ ହନୀଙ୍କୁ ଏକ ପ୍ରାଇଭେଟ୍ ଆମ୍ୱୁଲାନ୍ସରେ ପରିବାର ଲୋକ ଘରକୁ ନେଉଥିଲେ ।
ବିଷମକଟକଠାରୁ ୩୦ କିମି ଦୂର ମଂଜରିକୋପା ନିକଟରେ ବିପରୀତ ଦିଗରୁ ଆସିଥିବା ଏକ ପାଉଁଶ ବୋଝେଇ ଟ୍ୟାଙ୍କର ଆମ୍ୱୁଲାନ୍ସକୁ ଧକ୍କା ଦେଇଥିଲା । ତା'ପରେ ଟ୍ୟାଙ୍କରଟି, ଆମ୍ୱୁଲାନ୍ସକୁ ୩୦ ମିଟର ପର୍ଯ୍ୟନ୍ତ ଠେଲି ନେଇ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ଦେଇଥିଲା । ଫଳରେ ଆମ୍ୱୁଲାନ୍ସ ଭିତରେ ଥିବା ହନୀ ହଂସ, ଭକ୍ତି ହଂସ ଓ ଆମ୍ୱୁଲାନ୍ସ ଚାଳକ ଅଭୟ କୌଶଲ୍ୟାଙ୍କ ମୃତ୍ୟୁ ଘଟିଥିଲା ।












Click it and Unblock the Notifications