ଆଜି ମଧ୍ୟ ଜାରି ରହିବ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ
Odisha News: ଆଜି ମଧ୍ୟ ଜାରି ରହିବ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ, ପ୍ରଭାବିତ ହେବ ରୋଗ ସେବା । ତେବେ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ବିଷୟରେ କିଛି ନିଷ୍ପତ୍ତି ହୋଇନଥିବାରୁ ଅଫରୋଡ ମୋଡରେ ରୋଗୀସେବା ଯୋଗାଇ ଦେବାକୁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ସୂଚନାଥାଉ ଯେ, ଗତ ଦୁଇ ଦିନ ହେବ କର୍ମଚାରୀଙ୍କ ଧର୍ମଘଟ ଜାରି ରହିଛି, ଯେଉଁଥି ପାଇଁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି ।ତେବେ ସ୍ଥାୟୀ ନିଯୁକ୍ତି, ବକେୟା ଦରମା ପ୍ରଦାନ, ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଆଦି ୭ଟି ଦଫା ନେଇ ଜିପିଏସ୍ ବଟନ ଅଫ କରି ଅଫରୋଡ ମୋଡରେ ଆମ୍ବୁଲାନ୍ସ ଚଳାଯାଉଛି ।












Click it and Unblock the Notifications