ମାଲବହୀ ଟ୍ରେନକୁ ଧକ୍କା ଦେଲା ଆମ୍ବୁଲାନ୍ସ
ରାୟଗଡା ଠାରୁ କୋରାପୁଟ ଦେଇ ମାଲକାନଗିରି ଯାଉଥିବା କେଆର ରେଳ ଲାଇନରେ ଅନନ୍ତ ଚକ୍ଷୁ ଚିକିତ୍ସାଳୟର ଆମ୍ବୁଲାନ୍ସକୁ ମାଲବାହୀ ଟ୍ରେନ ଧକ୍କା ଦେଇଥିବା ଜଣାପଡ଼ିଛି। ଆଜି କିଛି ରୋଗୀଙ୍କ ଆଖି ଅପରେସନ କରିବା ପାଇଁ କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର କାଣିପାଇ, କଞ୍ଜ।ମ ଯୋଡି, ଝାକୁଡୁ, ବେତଲାଙ୍ଗ ଓ ଚକ୍ରକଲାଙ୍ଗ ଗ୍ରାମର ଲୋକଙ୍କୁ ଏକ ଅନନ୍ତ ଚକ୍ଷୁ ଚିକିତ୍ସାଳୟକୁ ଆମ୍ବୁଲାନ୍ସ (ରୋଗିବୁହା)ରେ ଆଣୁ ଥିବା ବେଳେ କାଣିପାଇ ନିକଟରେ ରେଳ ଲାଇନ ଦେଇ ଆସିବାକୁ ପଡୁଛି।

ଶିକରପାଇ ଓ ଭାଲୁମସ୍କା ଷ୍ଟେସନ ମଝିରେ ଥିବା ରେଳ ଲାଇନ ଦେଇ ଚକ୍ଷୁ ଆମ୍ବୁଲାନ୍ସ ଆସୁଥିବା ବେଳେ ହଠାତ୍ ଏକ ମାଲବାହୀ ଟେନ ଆସି ଗାଡିକୁ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଯାଇଥିଲା କିନ୍ତୁ ଆମ୍ବୁଲାନ୍ସରେ ଥିବା ଚାଳକ ସମେତ ଜଣେ ଆଶା ଦିଦି ୮ ଜଣ ରୋଗୀ ସୁରକ୍ଷିତ ଥିବା ଜଣାପଡିଛି। ମାଲବାହୀ ଟ୍ରେନଟି ବ୍ରେକ ମାରିବାରୁ ଆମ୍ବୁଲାନ୍ସରେ ଥିବା ଲୋକଙ୍କ ପ୍ରାଣ ଅଳ୍ପକେ ବଞ୍ଚି ଯାଇଛି।












Click it and Unblock the Notifications