Get Updates
Get notified of breaking news, exclusive insights, and must-see stories!

ଆଜି ରାଷ୍ଟ୍ରପୁରୁଷ ଭାରତ ରନ୍ନ ଡଃ. ବି.ଆର୍ ଆମ୍ବେଦକରଙ୍କ ଜୟନ୍ତୀ: ଜାଣିବା ତାଙ୍କ ବିଷୟରେ ଅଜଣା କଥା

ଆଜି ବି ଆର୍ ଆମ୍ବେଦକର ଙ୍କ ୧୩୪ତମ ଜୟନ୍ତୀ । ୧୯୩୦ ମହିସାରେ ଯେତେବେଳେ ଦେଶ ସ୍ବାଧିନତା ପାଇଁ ଲଢେଇ କରୁଥିଲା, ସେତେବେଳେ ଜଣେ ବ୍ୟକ୍ତି ଦଳିତ ଓ ପଛୁଆ ବର୍ଗର ସ୍ବାର୍ଥ ପାଇଁ ସଂଘର୍ଷରତ ଥିଲେ । ସେ ହେଉଛନ୍ତି ଭାରତରତ୍ନ ବାବା ସାହେବ ଭୀମରାଓ ଆମ୍ବେଦକର ।

Ambedkar Jayanti 2025

ଭାରତର ସମ୍ବିଧାନ ନିର୍ମାତା ,ସମାଜସେବୀ ଡ.ଭିମରାଓ ଆମ୍ବେଦକର ଜନ୍ମ ମଧ୍ୟପ୍ରଦେଶର ମହୁ ଗ୍ରାମରେ ଏପ୍ରିଲ୍ ୧୪ ତାରିଖ ୧୮୯୧ ରେ ହୋଇଥିଲା । ତାଙ୍କ ବାପାଙ୍କ ନାଁ ରାମଜୀ ମାଲୋଜୀ ସକପାଲ ଏବଂ ମାଙ୍କ ନାଁ ଭୀମାବାଇ ଥିଲା । ସେ ବାପାମା'ଙ୍କ ୧୪ ନମ୍ବର ସହ ଶେଷ ସନ୍ତାନ ଥିଲେ ।

ବାବା ସାହେବଙ୍କ ନାମରେ ପ୍ରସିଦ୍ଧ ଆମ୍ବେଦକର ନିଜ ପୁରା ଜୀବନ ସାମାଜିକ ଛୁଆଁଅଛୁଆଁ ଏବଂ ଜାତିବାଦ ବିପକ୍ଷରେ ସଂଘର୍ଷ କରିଥିଲେ । ଏହି ସମୟରେ ସେ ଗରିବ,ଦଳିତ ଏବଂ ଶୋଷିତ ଅଧିକାର ପାଇଁ ସଂଘର୍ଷ କରୁଥିଲେ । ବାବା ସାହେବ ଆମ୍ବେଦକରଙ୍କ ପରିବାର ମହାର ଜାତି (ଦଳିତ) ଥିଲା । ଯାହାଙ୍କୁ ସେହି ସମୟରେ ଅଛୁଆଁ ଜାତି ବୋଲି ମନାଯାଉଥିଲା । ତାଙ୍କ ପୂର୍ବପୁରୁଷ ଇଂରେଜ ସରକାରଙ୍କ ସମୟରେ ଇଷ୍ଟ ଇଣ୍ଡିଆ କମ୍ପାନୀରେ ସେନାରେ କାର୍ଯ୍ୟରତ ଥିଲେ । ତାଙ୍କ ପିତା ବ୍ରିଟିସ୍ ସେନାରେ ମହୁ ଛାୱନୀରେ ସୁବେଦାର ଥିଲେ ।

ପିଲାବେଳୁ ହିଁ ଆମ୍ବେଦକର ଅର୍ଥ ଏବଂ ସାମାଜିକ ଭେଦଭାବ ବହୁ କଠିନ ପରିସ୍ଥିତିର ସାମ୍ନା କରିଥିଲେ । ସ୍କୁଲରେ ମଧ୍ୟ ତାଙ୍କୁ ଅନେକ ଅସୁବିଧା ଦେଖିବାକୁ ପଡିଥିଲା । ଆମ୍ବେଦକରଙ୍କ ଅସଲ ନାମ ଅମ୍ବାବାଡେକର ଥିଲା । ତାଙ୍କ ପିତା ମଧ୍ୟ ଏହି ନାମରେ ନାଁ ଲେଖାଇଥିଲେ । କିନ୍ତୁ ଜଣେ ଶିକ୍ଷକ ତାଙ୍କ ସାଜ୍ଞାକୁ ବଦଳାଇ ନିଜ ସାଜ୍ଞା ଲଗାଇଦେଇଥିଲେ ।

ସେହି ସମୟରେ ବାଲ୍ୟବିବାହ ପ୍ରଚଳନ ଥିବାରୁ ୧୯୦୬ ରେ ୧୫ ବର୍ଷ ବୟସରେ ତାଙ୍କ ବିବାହ ୯ ବର୍ଷର ରମାବାଇଙ୍କ ସହ ହୋଇଥିଲା ।୧୯୦୭ ରେ ସେ ଦଶମ ପାସ୍ ଏବଂ ୧୯୦୮ ରେ ସେ ଏଲଫିଷ୍ଟନ୍ କଲେଜରେ ପ୍ରବେଶ କରିଥିଲେ । ଏହି କଲେଜରେ ପ୍ରବେଶ କରିଥିବା ସେ ପ୍ରଥମ ଦଳିତ ଛାତ୍ର ଥିଲେ । ୧୯୧୨ ରେ ସେ ବମ୍ବେ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ଏବଂ ରାଜନୀତି ବିଜ୍ଞାନରେ ଡିଗ୍ରୀ ପ୍ରାପ୍ତ କରିଥିଲେ ।

ଜଣେ ମେଧାବୀ ଛାତ୍ର ଭାବେ ସେ ଦେଶ ,ବିଦେଶର ଅନେକ ବିଶ୍ଵବିଦ୍ୟାଳୟରୁ ପାଖାପାଖି ୩୨ ଟି ଡିଗ୍ରୀ ହାସଲ କରିଥିଲେ। ଦେଶ ସ୍ବାଧୀନ ହେବାପରେ ୨୯ ଅଗଷ୍ଟ ୧୯୪୭ରେ ସମ୍ବିଧାନ କାର୍ଯ୍ୟକାରୀ ସମିତର ଅଧ୍ୟକ୍ଷ ହୋଇଥିଲେ । ୨ ବର୍ଷ ୧୧ମାସ, ୧୮ ଦିନର ବ୍ୟବଧାନ ପରେ ୨୬ ଜାନୁଆରୀ ୧୯୫୦ରେ ସମ୍ବିଧାନ ଲାଗୁ କରିଥିଲେ। ସ୍ବାଧୀନ ଭାରତର ସେ ଥିଲେ ପ୍ରଥମ ଆଇନ ମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+