ମହାପ୍ରଭୁଙ୍କ ଆସିଲା ଅମ୍ବାନୀ ପରିବାରର ବିବାହର ନିମନ୍ତ୍ରଣ କାର୍ଡ
ମହାପ୍ରଭୁଙ୍କ ନିକଟକୁ ଆସିଛି ଅମ୍ବାନୀ ପରିବାରର ବିବାହର ନିମନ୍ତ୍ରଣ କାର୍ଡ। ବିବାହ ଉତ୍ସବରେ ମହାପ୍ରଭୁଙ୍କ ଉପସ୍ଥିତି କାମନା କରି ବିଶିଷ୍ଟ ଶିଳ୍ପପତି ଅନନ୍ତ ଅମ୍ବାନି ମହାପ୍ରଭୁଙ୍କ ନିକଟକୁ ପଠାଇଛନ୍ତି ଏହି ନିମନ୍ତ୍ରଣ ପତ୍ର।

ଭବ୍ୟ ପରିବେଶରେ ଏହି ନିମନ୍ତ୍ରଣ ପତ୍ରଟି ପ୍ରସ୍ତୁତ ହୋଇଥିବା ଅନୁମାନ କରାଯାଉଛି। ନିମନ୍ତ୍ରଣ ପତ୍ରଟି ଖୋଲିଲେ ବିଷ୍ଣୁଙ୍କ ସହସ୍ର ନାମ ଗୁଞ୍ଜରିତ ହେଉଛି। ନିମନ୍ତ୍ରଣ ପତ୍ରଟିକୁ ଅତି ଆଦର ପୂର୍ବକ ସେବାୟତମାନେ ମହାପ୍ରଭୁଙ୍କ ନିକଟରେ ଅର୍ପଣ କରିଛନ୍ତି । ଏହି ନିମନ୍ତ୍ରଣ ପତ୍ରଟିରେ ରୁପାର ଆସ୍ତରଣ ଦିଆଯାଇଛି। ସେପଟେ ଏହି ନିମନ୍ତ୍ରଣ ପତ୍ର ପାଇବା ପରେ ଅନନ୍ତ ଅମ୍ବାନିଙ୍କ ବିବାହ ଉତ୍ସବରେ ଯୋଗଦେଇ ପାରନ୍ତି ଶ୍ରୀମନ୍ଦିର ପ୍ରଶାସନର କୌଣସି ପ୍ରତିନିଧି।












Click it and Unblock the Notifications