ଏହି ତାରିଖରୁ ଆରମ୍ଭ ହେବ ଅମରନାଥ ଯାତ୍ରା
Amarnath Yatra 2025: ଅମରନାଥ ଯାତ୍ରାକୁ ନେଇ ସରକାର ତାରିଖ ଘୋଷଣା କରିଛନ୍ତି । ଚଳିତ ବର୍ଷ ଶ୍ରଦ୍ଧାଳୁମାନେ ଜୁଲାଇ 3 ରୁ ଅଗଷ୍ଟ 9 ପର୍ଯ୍ୟନ୍ତ ବାବା ଅମରନାଥଙ୍କ ଦର୍ଶନ କରିପାରିବେ । ଏହି ପବିତ୍ର ତୀର୍ଥଯାତ୍ରା ପାଇଁ ମୋଟ ନିର୍ଦ୍ଧାରିତ ଅବଧି ହେଉଛି 39 ଦିନ। ଶ୍ରୀ ଅମରନାଥ ଶ୍ରାଇନ୍ ବୋର୍ଡର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି ଟ୍ରଷ୍ଟ ଓ ସରକାଙ୍କ ଦ୍ୱାରା ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ଖାଦ୍ୟ, ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।
ଅମରନାଥ ଶ୍ରାଇନ୍ ବୋର୍ଡର ଅଧ୍ୟକ୍ଷ ଏବଂ ଜମ୍ମୁ-କଶ୍ମୀରର ଉପଜିନିୟର ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଯେଉଁଥିରେ ଜମ୍ମୁ-କଶ୍ମୀରର ଡିଜିପି ନଳିନ ପ୍ରଭାତ, ମୁଖ୍ୟ ସଚିବ ଅଟଳ ଧୁଲୁଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ଅମରନାଥ ଯାତ୍ରାର ପ୍ରସ୍ତୁତି ଏବଂ ଏହାର କାର୍ଯ୍ୟସୂଚୀ ଉପରେ ଆଲୋଚନା କରାଯାଇଥିଲା, ଯାହା ପରେ ଯାତ୍ରାର ତାରିଖ ଚୂଡ଼ାନ୍ତ କରାଯାଇଥିଲା। ଏପରି ପରିସ୍ଥିତିରେ, ଏବେ ଶ୍ରଦ୍ଧାଳୁମାନେ ଜୁଲାଇ 3 ରୁ ଅଗଷ୍ଟ 9 ପର୍ଯ୍ୟନ୍ତ ବାବା ଦର୍ଶନ କରିପାରିବେ।

ପ୍ରତିବର୍ଷ ଅମରନାଥ ଯାତ୍ରା 45 ରୁ 60 ଦିନ ପର୍ଯ୍ୟନ୍ତ ଚାଲିଥିଲା। ହେଲେ ଚଳିତ ବର୍ଷ ଏହାର ଅବଧି କମାଯାଇଛି । ଏଥର ଅମରନାଥ ଯାତ୍ରା କେବଳ 38 ଦିନ ପାଇଁ ଚାଲିବ। ଏହି ଯାତ୍ରା ରକ୍ଷାବନ୍ଧନ ଦିନ ସମାପ୍ତ ହେବ। ଅମରନାଥ ଯାତ୍ରା ସମ୍ପର୍କରେ ଟ୍ରଷ୍ଟ ଏବଂ ସରକାରଙ୍କ ପକ୍ଷରୁ ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବା ନେଇ ସୂଚନା ରହିଛି ।












Click it and Unblock the Notifications