Get Updates
Get notified of breaking news, exclusive insights, and must-see stories!

ରାଜ୍ୟସଭା ଅନୁସନ୍ଧାନ ପରାମର୍ଶଦାତା କମିଟିର ସଦସ୍ୟ ହେଲେ ବିଜେଡ଼ି ସାଂସଦ ଅମର ପଟ୍ଟନାୟକ

ରାଜ୍ୟସଭା ଅନୁସନ୍ଧାନ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ମନୋନୀତ ହେଲେ ଅମର ପଟ୍ଟନାୟକ ।

ଭୁବନେଶ୍ବର: ବିଜେଡିର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କୁ ଆଉ ଏକ ସଫଳତା । 'ରାଜ୍ୟସଭା ଅନୁସନ୍ଧାନ ପରାମର୍ଶଦାତା କମିଟି' ର ସଦସ୍ୟ ଭାବେ ମନୋନୀତ ହେଲେ ସାଂସଦ ଅମର ପଟ୍ଟନାୟକ ।

ରାଜ୍ୟସଭାର ଅଧ୍ୟକ୍ଷ ତାଙ୍କୁ ଏଥିପାଇଁ ମନୋନୀତ କରିଛନ୍ତି । ଏହି ପଦବୀ ପାଇଁ ଶ୍ରୀ ପଟ୍ଟନାୟକଙ୍କ ସହ ଅନ୍ୟ 5 ଜଣ ସଦସ୍ୟ ମନୋନୀତ ହୋଇଛନ୍ତି । ମାର୍ଚ୍ଚ ୧୨ରେ ଏହି କମିଟିରୁ ସାଂସଦ ସ୍ଵପ୍ନ ଦାସଗୁପ୍ତା ଇସ୍ତଫା ଦେଇଥିଲେ । ଫଳରେ ଏହାର ଗୋଟିଏ ସଦସ୍ୟ ପଦବୀ ଖାଲି ରହିଥିଲା । ଏବେ ଏଥିରେ ଅମରଙ୍କୁ ମନୋନୀତ କରାଯାଇଛି । ସେ ୨୦୨୨ ଜୁନ୍ ୩୦ ଯାଏଁ ଏହି କମିଟିର ସଦସ୍ୟ ରହିବେ ।

 Amar Patnaik

ତେବେ ଏହି କମିଟିରେ ଶ୍ରୀ ପଟ୍ଟନାୟକଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ପର୍ଯ୍ୟନ୍ତ ରହିଛି । ଏନେଇ ସେ ରାଜ୍ୟସଭା ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ଟ୍ବିଟ କରି ଧନ୍ୟବାଦ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+