ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ସଂଯୋଜକ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ
"ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୧୬ ଜଣ ସଂଯୋଜକ ନିଯୁକ୍ତ କରିଛନ୍ତି । ଯେଉଁ ସଂଯୋଜକ ମାନଙ୍କୁ ନିଯୁକ୍ତ କରାଯାଇଛି, ସେମାନେ ହେଲେ, ଅନୁଗୁଳ ପାଇଁ କୈଳାସ ଚନ୍ଦ୍ର ସାହୁ, ବାଲେଶ୍ୱର ପାଇଁ ରଞ୍ଜନ ବାଗ, ଭଦ୍ରକ ପାଇଁ ଡକ୍ଟର ସଂଜୟ ଦାସ, ଗଜପତି ପାଇଁ ଓ୍ୱାଇ ରାମଚନ୍ଦ୍ର ରାଓ, ଭବାନୀପାଟଣା ଉପଖଣ୍ଡ ପାଇଁ ବଦ୍ରିନାରାୟଣ ପଟ୍ଟନାୟକ, ଧର୍ମଗଡ଼ ଉପଖଣ୍ଡ ପାଇଁ ଆଦିତ୍ୟ ନନ୍ଦ, କନ୍ଧମାଳ ପାଇଁ ରାଜୀବ ପାତ୍ର, ଖୋର୍ଦ୍ଧା ପାଇଁ ଶ୍ରୀମୟୀ ମିଶ୍ରଙ୍କୁ ନିଯୁକ୍ତ ଦିଆଯାଇଛି ।

ସେହିପରି କୋରାପୁଟ ସବଡିଭିଜନ ପାଇଁ ଲତା ସାହୁ, ଜୟପୁର ସବଡିଭିଜନ ପାଇଁ ତୁଳସୀ କିର୍ସାନି, ମାଲକାନଗିରି ପାଇଁ ଚିତ୍ତ ପଟ୍ଟନାୟକ, ରାଇରଙ୍ଗପୁର ଉପଖଣ୍ଡ ପାଇଁ ଅମରେନ୍ଦ୍ର କର, ବାରିପଦା ଉପଖଣ୍ଡ ପାଇଁ ସୁନୀଲ ଦାସ , ନବରଂଗପୁର ପାଇଁ ମଞ୍ଜୁଳା ମାଝୀ, ନୟାଗଡ଼ ପାଇଁ ଗଙ୍ଗାଧର ପଣ୍ଡା, ନୂଆପଡ଼ା ପାଇଁ ରାମଲାଲ ହଂସ, ରାୟଗଡ଼ା ପାଇଁ ପି. ଗୌରୀଶଙ୍କର ରାଓ, ସମ୍ବଲପୁର ପାଇଁ ସିଦ୍ଧାନ୍ତ ଦାସ, ସୁନ୍ଦରଗଡ଼ ଉପଖଣ୍ଡ ପାଇଁ ଯୋଗେନ୍ଦ୍ର ସିଂ ଙ୍କୁ ଆମ ଓଡ଼ିଶା ନବୀନ ଓଡ଼ିଶା ସଂଯୋଜକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତ ଦେଇଛନ୍ତି ।
ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ନିକଟରେ ମୁଖ୍ୟମନ୍ତ୍ରୀ ନିକଟରେ ଆରମ୍ଭ କରିଛନ୍ତି । ଡିଜିଟାଲ ଭିତ୍ତିଭୂମି ବିକାଶ ତଥା ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ତଥା ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।












Click it and Unblock the Notifications