ଆମ ବସଷ୍ଟାଣ୍ଡ ଯୋଜନା: ୧୩ଟି ଜିଲ୍ଲାର ୨୦ଟି ନୂତନ ବସଷ୍ଟାଣ୍ଡର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆମ ବସଷ୍ଟାଣ୍ଡ ଯୋଜନାରେ ୧୩ଟି ଜିଲ୍ଲାର ୨୦ଟି ନୂତନ ବସଷ୍ଟାଣ୍ଡର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିସି ଜରିଆରେ ଯୋଡି ହୋଇ ବିଭିନ୍ନ ଅଞ୍ଚଳର ନୂତନ ବସଷ୍ଟାଣ୍ଡର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ବସଷ୍ଟାଣ୍ଡଗୁଡିକୁ ଅତ୍ୟନ୍ତ ଆଧୁନିକ ଓ ସ୍ମାର୍ଟ ବସଷ୍ଟାଣ୍ଡ ଭଳି ନିର୍ମାଣ କରାଯାଇଛି । ଏଥିରେ ଯାତ୍ରୀ, ଡ୍ରାଇଭର ତଥା ସମସ୍ତ ସହକାରୀ କର୍ମଚାରୀ ମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ରହିଛି । ବସଷ୍ଟାଣ୍ଡ ଦ୍ୱାରା କୋଟିଏରୁ ଅଧିକ ଲୋକ ଉପକୃତ ହେବେ ବୋଲି କୁହାଯାଇଛି । ତେବେ ପରିବହନ କ୍ଷେତ୍ରରେ ଏହା ଏକ ନୂଆ ମାଇଲଷ୍ଟୋନ ସାଜିବ ବୋଲି ମଧ୍ୟ କୁହାଯାଉଛି ।

Ama Bus Stand Yojana: Naveen Patnaik inaugurated 20 new bus stands

ଭର୍ଚୁଆଲରେ ବିଭିନ୍ନ ଅଞ୍ଚଳର ନୂତନ ବସଷ୍ଟାଣ୍ଡର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗ୍ରାମାଞ୍ଚଳର ରାସ୍ତା, ବସଷ୍ଟାଣ୍ଡର ଉନ୍ନତିକରଣ, ଲକ୍ଷ୍ମୀ ଯୋଜନାରେ ବସ୍ ଚଳାଚଳ ପରିବହନ ବ୍ୟବସ୍ଥାକୁ ସୁଦୃଢ କରିଛି ବୋଲି ବିଭିନ୍ନ ଅଞ୍ଚଳର ଲୋକ କହିଛନ୍ତି ।

ପରିବହନ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବାକୁ ଆମ ବସଷ୍ଟାଣ୍ଡ ଯୋଜନାର ପରିକଳ୍ପନା କରାଯାଇଥିଲା । ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆମ ବସଷ୍ଟାଣ୍ଡର ଉଦଘାଟନ ସରିଛି । ପ୍ରଥମ ପର୍ଯ୍ୟାୟରେ ୫୫ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା ଯେଉଁ ମଧ୍ୟରୁ ୨୩ଟି ବସଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ଏବେ ଆଉ ୨୦ଟି ବସଷ୍ଟାଣ୍ଡର ଲୋକାର୍ପଣ ହୋଇଛି ।

ଲୋକଙ୍କୁ ଉନ୍ନତମାନର ପରିବହନ ସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ଆମ ବସଷ୍ଟାଣ୍ଡ ଯୋଜନା ମାଧ୍ୟମରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ କରୁଛନ୍ତି । ସେହିପରି ଲୋକଙ୍କୁ ଯାତାୟାତ ସୁବିଧା ଯୋଗାଇ ଦେବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ସରକାରୀ ଲକ୍ଷ୍ମୀ ବସ ମଧ୍ୟ ପହଞ୍ଚାଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+