ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଯାତାୟତ ପାଇଁ ହନ୍ତସନ୍ତ ହେବେନି ରୋଗୀ, କ୍ୟାପିଟାଲ୍ ହସ୍ପିଟାଲରୁ ଏସସିବିକୁ ଗଡିବ ଆମ ବସ୍
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ମନ୍ତ୍ରୀ କଲେ ବଡ଼ ଘୋଷଣା । ଏଣିକି ଆମ ବସ ଏବେ କ୍ୟାପିଟାଲ୍ ହସ୍ପିଟାଲରୁ ଏସସିବି ମେଡିକାଲକୁ ଗଡିବ । ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ସହାୟକ ହେବ 'ଆମ ବସ୍' ର ନୂଆରୁଟ୍ । ଆଉ ଯାତାୟତ ପାଇଁ ହନ୍ତସନ୍ତ ହେବେନି ରୋଗୀଙ୍କ ପରିବାର ।

ଏହି ରୁଟ୍ ସମେତ ଅନ୍ୟ ନୂଆ ରୁଟରେ ଚାଲିବ ଇ-ବସ୍ । ଭୁବନେଶ୍ୱର ଗାଢକଣସ୍ଥିତ ଆମ ବସ୍ ଡିପୋରେ ୪୦ଟି ନୂଆ ଇ-ବସର ଉଦଘାଟନ କରିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ କହିଛନ୍ତି , ରାଜ୍ୟରେ ଖୁବଶୀଘ୍ର ୮ଟି ସହରରେ ଆମ ବସ୍ ସେବା ଆରମ୍ଭ ହେବ ଏବଂ କେନ୍ଦ୍ର ସରକାର ଓଡିଶାକୁ ୪୦୦ ଇ-ବସ୍ ଯୋଗାଇବେ ।












Click it and Unblock the Notifications