ଏଣିକି ପ୍ରେସକ୍ରିପସନ ଓ ପୋଷ୍ଟମର୍ଟମ ରିପୋର୍ଟ ସ୍ପଷ୍ଟ ଅକ୍ଷରରେ ଲେଖିବେ ଡାକ୍ତର
ଭୁବନେଶ୍ୱର:ଏଣିକି ବଡ଼ ଅକ୍ଷରରେ ଲେଖିବେ ଡାକ୍ତର । ଏନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ଜିଗଜାଗ୍ ହ୍ୟାଣ୍ଡରାଇଟିଂରେ ଲେଖିବା ଡାକ୍ତରଙ୍କ ଅଭ୍ୟାସ କିନ୍ତୁ ସାଧାରଣ ଲୋକଙ୍କ ପକ୍ଷରେ ଏହା ବୁଝିବା ହୋଇଥାଏ ଅସମ୍ଭବ । ଡାକ୍ତର ରୋଗ ବିଷୟରେ କିମ୍ବା କଣ ମେଡିସିନ୍ ଲେଖିଲେ ତାହା କେବଳ ମେଡିସିନ୍ ଦୋକାନୀ ହିଁ ବୁଝନ୍ତି । ଯାହାକୁ ନେଇ ଗତ କିଛି ଦିନ ତଳେ ଓଡିଶା ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଥିଲେ ।
ଯାହାକୁ ନେଇ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଡାକ୍ତରମାନଙ୍କୁ ସ୍ପଷ୍ଟ ଅକ୍ଷରରେ ପ୍ରେସକ୍ରିପସନ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ମେଡିକାଲ ପ୍ରେସକ୍ରିପସନ୍ , ଶବ ବ୍ୟବଚ୍ଛେଦ ରିପୋର୍ଟ ପ୍ରାଞ୍ଜଳ ଭାବେ କ୍ୟାପିଟାଲ ଲେଟର, ଟାଇପ କିମ୍ବା ଗୋଲ ଅକ୍ଷରରେ ଲେଖିବାକୁ କୁହାଯାଇଛି । ଲେଖା ଏମିତି ହେବା ଦରକାର ଯେମିତିକି କୌଣସି ଲୋକେ ଏହାକୁ ବୁଝିବାରେ କିଛି ସମସ୍ୟା ହେବ ନାହିଁ । ସ୍ପଷ୍ଟ ଅକ୍ଷରରେ ଲେଖିଲେ ନ୍ୟାୟିକ ପ୍ରକ୍ରିୟାରେ ସୁବିଧା ହେବ ବୋଲି କୁହାଯାଇଛି ।

ଲେଖା ଏମିତି ହେବା ଦରକାର ଯେମିତି କିଛି ସଂଶୟ ଉପୁଜୁନଥିବ ବୋଲି ନିର୍ଦ୍ଦେଶନାମାରେ ଲେଖାଯାଇଛି । ଏହାକୁ ନେଇ ସମସ୍ତ ମେଡିକାଲ ସେଣ୍ଟର, ପ୍ରାଇଭେଟ କ୍ଲିନିକ, ମେଡିକାଲ କଲେଜ ଓ ହସ୍ପିଟାଲକୁ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଆଧାର କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏଭଲି ନିର୍ଦ୍ଦେଶ ନାମ ଜାରି କରିଛି ।












Click it and Unblock the Notifications