ଭକ୍ତି ନାମରେ ଚାଲିଥିଲା ଭାଣ୍ଡାମି: ସ୍ପୋର୍ଟସ ବାଇକ୍, ଗାର୍ଲଫ୍ରେଣ୍ଡ ଆଉ ରେଷ୍ଟୁରାଣ୍ଟରେ..., ଏମିତି ପୁଳା ପୁଳା ଅଭିଯୋଗ
ସ୍ପୋର୍ଟସ ବାଇକ୍, ଗାର୍ଲଫ୍ରେଣ୍ଡ ଆଉ ରେଷ୍ଟୁରାଣ୍ଟରେ ଖିଆପିଆ। କଳ୍କୀ ବେଶଧାରୀ କୁନି ବାବାର ସଉକ ଥିଲା ଅଲଗା ପ୍ରକାରର । ପଟିଆ, ଜାଗମରା ଓ ଖଣ୍ଡଗିରି ରେଷ୍ଟୁରାଣ୍ଟରେ ଚିକେନ ଖାଉଥିଲେ ବାବା ।ଏଭଳି ପୁଳାପୁଳା ଅଭିଯୋଗ ଆସିଛି ଖଣ୍ଡଗିରି ବୈକୁଣ୍ଠ ଆଶ୍ରମର କୁନି ବାବାଙ୍କ ବିରୋଧରେ। ଭକ୍ତି ନାମରେ ଚାଲିଥିଲା ଭାଣ୍ଡାମି। ସେପଟେ ଦିନେ କୁନି ବାବାଙ୍କୁ ପାଠ ପଢାଇଥିବା ଶିକ୍ଷକ କହିଛନ୍ତି ସେ ଅଲଗା ବସ୍ତ୍ର ପରିଧାନ କରି କ୍ଲାସ ଆସୁଥିଲା। ଅଲଗା ଚେୟାରରେ ବସି ନିଜକୁ ଭଗବାନ ବୋଲି କହୁଥିଲା।
ବୈକୁଣ୍ଠଧାମ ଆଶ୍ରମରେ ଚାଲିଥିଲା କି ଭାଣ୍ଡାମୀ ?
ତେବେ ଏଠି ପ୍ରଶ୍ନ ଉଠୁଛି, ବିଶ୍ୱାସ ଆଉ ଗୁରୁଶିଷ୍ୟ ନାଁରେ ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମରେ ଚାଲିଥିଲା କି ଭାଣ୍ଡାମୀ ? ବୈକୁଣ୍ଠ ଧାମକୁ ନେଇ ଦିନକୁ ଦିନ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଏହାରି ଭିତରେ ଆଜି ବାବାଙ୍କ ଦରବାରର ଭିଡିଓ ସାମ୍ନାକୁ ଆସିଛି । କେମିତି ଚାଲିଥିଲା ବାବାଙ୍କ ପୂଜା । ବୈକୁଣ୍ଠ ଧାମ ଆଶ୍ରମ ଭିତରେ ଆସର ବସୁଥିଲା, ଲୋକେ ଦୂର ଦୂରାନ୍ତରୁ ଆସୁଥିଲେ ।
ଅନୁଭୂତି ସଂପର୍କରେ
ଅନୁଭୂତିରେ ଭଗବାନ ସତ୍ୟ ଅନନ୍ତ ବହିରେ ଅନେକ ଶ୍ରଦ୍ଧାଳୁ ନିଜ ନିଜର ଅନୁଭୂତି ସଂପର୍କରେ ଲେଖିଛନ୍ତି । କ୍ରିଷ୍ଣା ନାମକ ଜଣେ ଭକ୍ତ ଲେଖିଛନ୍ତି ସେଦିନର ଅନୁଭୂତି କଥା ମନେପଡିଲେ ସେ ନିଜକୁ ବିଶ୍ୱାସ କରିପାରନ୍ତି ନାହିଁ ।

ସେତେବେଳେ ପ୍ରଭୁଙ୍କୁ ମାତ୍ର ୩ ବର୍ଷ । ସେତେବେଳେ ତାଙ୍କର ବୋଲେରୋ ଗାଡିରେ ବସି ସେ ବ୍ୟାସନଗର ବୁଲିବାକୁ ବାହାରିଥିଲେ । କିଛିବାଟ ଗଲା ପରେ ପ୍ରଭୁ ତାଙ୍କୁ କହିଥିଲେ କ୍ରିଷ୍ଣା ଏବେ ମୁଁ ଗାଡି ଚଲାଇବି । ତୁ ଷ୍ଟିୟରିଂ ଛାଡିଦେ । ସେତେବେଳେ ଗାଡିର ବେଗ ୪୦ରୁ ୫୦ କିମି ଥିଲେ ମଧ୍ୟ ପ୍ରଭୁଙ୍କ ନିର୍ଦ୍ଦେଶକୁ ମାନି ସେ ଷ୍ଟିୟରିଂ ଛାଡ଼ି ଦେଇଥିଲେ ।
ପ୍ରଭୁ ନିଜେ ଷ୍ଟିୟରିଂ ଧରିଲେ ଏବଂ ଅଙ୍କାବଙ୍କା ରାସ୍ତାରେ ଠିକ୍ ଭାବେ ଗାଡ଼ି ଚଲାଇଥିଲେ ବୋଲି କ୍ରିଷ୍ଣା ଲେଖିଛନ୍ତି । ସେହିପରି ଆପଣ କିଏ ବୋଲି ପ୍ରଶ୍ନର ଉତ୍ତର ଦେଇ ତଥାକଥିତ ବାବା କହିଥିଲେ, ଏ କଥା କାହାକୁ କହିବୁ ନାହିଁ, ଯଦି ପଚାରୁଛୁ ମୁଁ କହୁଛି, ମୁଁ ହେଉଛି ଶ୍ରୀ ବିଷ୍ଣୁ । ଧର୍ମ ସଂସ୍ଥାପନ ପାଇଁ ଆସିଛି ବୋଲି ବାବା କହିଥିବା ଲେଖିଛନ୍ତି କ୍ରିଷ୍ଣା ।
କୁନି ବାବାଙ୍କ ଖୋଲୁଛି ଗୁମର
ବୟସ କମ୍,ହେଲେ ସଉକ ବଡ। ଖଣ୍ଡଗିରି ବୈକୁଣ୍ଠ ଆଶ୍ରମର କୁନି ବାବାଙ୍କ ଖୋଲୁଛି ଗୁମର। ଆଉ ଗୁମର ଖୋଲିଛନ୍ତି ତନଭି ନାମ୍ନୀ ଯୁବତୀ। ସେ କହିଛନ୍ତି KTM ବାଇକରେ ଯୁବତୀଙ୍କ ସହିତ ବାବା ଯାଉଥିଲେ କାଫେ। ଆଉ ରେଷ୍ଟୁରାଣ୍ଟରେ ପୁଳାପୁଳା ଟଙ୍କା ଉଡାଉଥିଲେ। ପ୍ରତିଦିନ ନୂଆ ନୂଆ ଯୁବତୀଙ୍କ ସହିତ ଏହି ଦାମୀ ବାଇକରେ ବୁଲୁଥିଲେ ବାବା। ପଟିଆ, ଜାଗମରା ଓ ଖଣ୍ଡଗିରି ରେଷ୍ଟୁରାଣ୍ଟରେ ଚିକେନ ଖାଉଥିଲେ। କେବଳ ସେତିକି ନୁହେଁ ନିଜ କାଣି ଆଙ୍ଗୁଠିରେ ବାବା ରୋଗ ଭଲ କରିବା ସହିତ ଅପୁତ୍ରିକୁ ପୁତ୍ର ହେବା ନିମନ୍ତେ ହୁକୁମ ଦେଉଥିଲେ। ତନଭିଙ୍କ ଭଳି ସମାଜସେବୀ ସିପ୍ରା ବି ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ସେ କହିଛନ୍ତି ବୈକୁଣ୍ଠ ଆଶ୍ରମରେ ଖୋଲିଥିଲା ରଙ୍ଗଶାଳା। ବିଦେଶୀ ମହିଳା ଆସୁଥିଲେ। ରଙ୍ଗୀନ ଗେଟ ଅପରେ ରହୁଥିଲେ ବାବା। ବହୁ ଅନୈତିକ କାର୍ଯ୍ୟ ଏଠାରେ ହେଉଥିଲା। ଯାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରି ଆଶ୍ରମ ଗେଟରେ କାଦୁଆ ବୋଳିଛନ୍ତି ସମାଜସେବୀ।
ନିଆଯିବ କାର୍ଯ୍ୟାନୁଷ୍ଠାନ
ଆତ୍ମଘୋଷିତ ବାବା କାଶୀନାଥଙ୍କ ବୈକୁଣ୍ଠ ଧାମ ଆଶ୍ରମ ସରକାରୀ ଜମିରେ ନିର୍ମାଣ ହୋଇଥିବା ଜାଣିବାକୁ ପାଇଛି ସାଧାରଣ ପ୍ରସାଶନ ବିଭାଗ। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଆଶ୍ରମ ଓ ଏହାର ଚାରି ପାଖ ଅଞ୍ଚଳରେ ହୋଇଥିଲା ମାପଚୂପ। ଜିଏ, ବିଡିଏ ଓ ତହସିଲର ଅଧିକାରୀମାନେ କରିଥିଲେ ମାପଚୂପ। ନକ୍ସାକୁ ଆଧାର କରି ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ ସରକାରୀ ଅଧିକାରୀ । ତେବେ ତର୍ଜମା ପରେ ଜଣାପଡିଛି ବୈକୁଣ୍ଠ ଧାମ ଆଶ୍ରମ ସରକାରୀ ଜମି ଉପରେ ନିର୍ମାଣ ହୋଇଛି। ଏନେଇ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ଜିଏ ବିଭାଗର ବରିଷ୍ଠ ଅଧିକାରୀ। ଏନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯାଇଛି।
ତେବେ ଖୁବ ଶୀଘ୍ର ନିଆଯିବ କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି। ଜବରଦଖଲ ଉଛେଦ ପାଇଁ ଆଜିଠାରୁ ଆରମ୍ଭ ହେବ ବୋଲି କହିଛନ୍ତି। ଭୁବନେଶ୍ବରର ଖଣ୍ଡଗିରି ବାରି ୧୬-୧୭ ବର୍ଷରୁ ଅଧିକ ସମୟ ହୋଇଯିବ ସରକାରୀ ଜମିକୁ ଜବର ଦଖଲ କରି ଆଶ୍ରମ ନିର୍ମାଣ କରାଯାଇଥିଲା
ଅନ୍ୟପକ୍ଷରେ ଶ୍ରୀ ବୈକୁଣ୍ଠଧାମ ଆଶ୍ରମର ୩ ମହଲା କୋଠା ହୋଇଥିବାବେଳେ ଏଥିରେ ବହୁ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଦିନକୁ ଦିନ ଏହି ଅଭିଯୋଗର ଲମ୍ବା ଫର୍ଦ୍ଦ ବଢ଼ିବାରେ ଲାଗିଛି। କଳ୍କି କୁହାଯାଉଥିବା ନାବାଳକ ଜଣଙ୍କ ପଟିଆ ଅଞ୍ଚଳରେ ଥିବା ଏକ କାଫେରେ ଟଙ୍କା ଉଡ଼ାଉଥିବା ଜଣେ ଯୁବତୀ ଗଣମାଧ୍ୟମ ସାମ୍ନାରେ କହିଛନ୍ତି। ଏଭଳିସ୍ଥଳେ କିଛି ମହିଳା ଆଶ୍ରମ ନିକଟରେ ପହଞ୍ଚତ୍ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆଶ୍ରମର ମୁଖ୍ୟ ଗେଟ୍ରେ ଶ୍ରୀ ବୈକୁଣ୍ଠଧାମ ଲେଖାଥିବାବେଳେ ଏହାକୁ ନେଇ ସମାଲୋଚନା କରିଥିଲେ। ଏଥିସହ 'ଶ୍ରୀ' ଲେଖା ଉପରେ ମାଟି ବୋଳି ପ୍ରତିବାଦ ମଧ୍ୟ କରିଥିଲେ। ଏପରି କି ଆଶ୍ରମ ଉପରେ ଲାଗିଥିବା ଏକ ଭିନ୍ନ ଧରଣର ପତାକାକୁ ବିଦେଶୀ ପତାକା କହି ମଧ୍ୟ ଜଣେ ମହିଳା ପ୍ରଶ୍ନ ଉଠାଇଛନ୍ତି। ଏନେଇ ପୋଲିସ ଆପରାଧିକ ଦିଗକୁ ନେଇ ତଦନ୍ତ ଜାରି ରଖିଛି।












Click it and Unblock the Notifications