MKCG ପରେ ଏ ବେ SCB ମେଡିକାଲ କଲେଜରେ ରାଗିଂ ଅଭିଯୋଗ
ବ୍ରହ୍ମପୁର ଏମକେସିଜି ପରେ ଏବେ କଟକ ଏସ୍ସିବି ମେଡିକାଲ କଲେଜରୁ ଆସିଛି ରାଗିଂ ଅଭିଯୋଗ। ଏମ୍ବିବିଏସ୍ ଶେଷ ବର୍ଷ ଛାତ୍ରଙ୍କ ବିରୋଧରେ ରାଗିଂ ଅଭିଯୋଗ ଆଣିଛନ୍ତି ପ୍ରଥମ ବର୍ଷ ଛାତ୍ର। ଆଉ ଛାତ୍ରଙ୍କ ଅଭିଯୋଗକୁ ଗ୍ରହଣ କରି ଏସସିବି ଆଣ୍ଟି ରାଗିଂ କମିଟି ବୈଠକ କରିଛି।
ସୂଚନା ଅନୁଯାୟୀ, ଛାତ୍ର ନିବାସରେ ରାତିରେ କୌଣସି କାରଣରୁ ଫାଇନାଲ ଇୟର ଛାତ୍ର ପ୍ରଥମ ବର୍ଷ ଛାତ୍ରଙ୍କୁ ଖରାପ ବ୍ୟବହାର କରିଥିଲେ। ତେବେ ଏକଥାକୁ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ ରାଗିଂର ଶିକାର ହୋଇଥିବା ଛାତ୍ର ଜଣଙ୍କ । ଏହାପରେ ପରିବାର ଲୋକେ ଘଟଣା ସମ୍ପର୍କରେ ଏସସିବି ମେଡିକାଲ କଲେଜ ଡିନ୍, ପ୍ରିନସିପାଲ ଓ ଆଣ୍ଟି ରାଗିଂ କମିଟିକୁ ଜଣାଇଥିଲେ।

ଆଉ ଘଟଣାକୁ ନେଇ ଆଣ୍ଟି ରାଗିଂ କମିଟି ଏକ ବୈଠକ ଡକାଇ ଉଭୟ ଛାତ୍ରଙ୍କୁ କାଉନସେଲିଂ କରାଯାଇଥିବା ନେଇ ସୂଚନା ମିଳିଛି।ଅଭିଯୋଗକାରୀ ଛାତ୍ର ଦେଇଥିବା ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ ହୋଇଥିବା ଏସସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ୪ର୍ଥ ହଷ୍ଟେଲରେ ହୋଇଥିବା ରାଗିଂ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।
ଏଠାରେ ଏମ୍ବିବିଏସ୍ ପଢ଼ୁଥିବା କିଛି ୨ୟ ବର୍ଷ ଛାତ୍ରଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯିବା ସହ ରାଗିଂ କରାଯାଉଥିବା ନେଇ ଏନ୍ଏମ୍ସିର ଆଣ୍ଟି ରାଗିଂ ସେଲରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପରେ ଜଣେ ଦ୍ୱିତୀୟ ବର୍ଷର ଛାତ୍ର ୫ ଜଣ ସିନିୟର ଛାତ୍ରଙ୍କ ନାଁରେ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ।












Click it and Unblock the Notifications