ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ; କୋଟିପତି RTO ବସନ୍ତ ମହାପାତ୍ର ଗିରଫ

ବୌଦ୍ଧ କୋଟିପତି RTO ବସନ୍ତ ମହାପାତ୍ର ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । କାଲି ଭୁବନେଶ୍ୱର, ଗଞ୍ଜାମ ଓ ବୌଦ୍ଧରେ ଚଢାଉ କରିଥିଲା ଭିଜିଲାନ୍ସ । ୧୯ କୋଟି ଟଙ୍କାର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ ।

Basant Mohapatraarrested

ରେଡ୍ ବେଳେ ବୌଦ୍ଧ RTOଙ୍କ ଅମାପ ସମ୍ପତ୍ତି ଠାବ ହୋଇଛି । ୧୯ କୋଟି ସମ୍ପତ୍ତି ଜବତ ହୋଇଛି । ଭୁବନେଶ୍ବର ଏକ୍ସିସ ବ୍ୟାଙ୍କରେ ୨ କୋଟି ୧୧ ଲକ୍ଷ ୭୯ ହଜାର ଟଙ୍କା, ଆଇସିଆଇସିଆଇ ବ୍ୟାଙ୍କରେ ୪୪ ଲକ୍ଷ ୩୫ ହଜାର, ଏସବିଆଇରେ ୩୯ କୃଷ ୫୫ ହଜାର ଜମା ରହିଛି । ଏନଏଚଆଇ କ୍ୟାପିଟାଲ୍ ଗେନ୍ ବଣ୍ଡରେ ୪୮ ଲକ୍ଷ ଟଙ୍କା ଖଟାଇଛନ୍ତି । ୩୧ ଲକ୍ଷ ୯୦ ହଜାର ଟଙ୍କାର ଇନସ୍ୟୁରାନ୍ସ ରହିଛି । ଭୁବନେଶ୍ବର କଳାରାହଙ୍ଗରେ ୫ ବିଏଚକେ ଫ୍ଲାଟ୍ ପାଇଁ ବସନ୍ତ କୁମାର ମହାପାତ୍ର ୧ କୋଟି ୩୫ ଳକ୍ଷ ଟଙ୍କା ଅଗ୍ରୀମ ଦେଇଥିଲେ ।

ସେହିପରି ବେଙ୍ଗାଲୁରୁରେ ଫ୍ଲାଟ୍ ପାଇଁ ଦେଇଥିଲେ ୮୮ ଲକ୍ଷ ଟଙ୍କା ଆଡଭାନ୍ସ । ରେଡ୍ ବେଳେ ମିଳିଛି ନଗଦ ୧ ଲକ୍ଷ ୧୬ ହଜାର ୭ଶହ ଟଙ୍କା । ଭୁବନେଶ୍ବର ପାହାଳରେ ଉତ୍କଳ ସିଗନେଚର ଓ କଳ୍ପନା ସ୍କୋୟାରର ଉତ୍କଳ ରୟାଲ ରେସିଡେଡ୍ଡୀରେ ରହିଛି ୨ଟି ଆପାର୍ଟମେଣ୍ଟ । ଯାହାର ମୂଲ୍ୟ ୨ କୋଟି ହେବ। ଏଥୁସହ କଳ୍ପନା ଛକରେ ଥ‌ିବା ଉତ୍କଳ କନିକା ଗ୍ୟାଲେରିଆ ମଲରେ ରହିଛି ୨ଟି ସପିଂ ଆଉଟଲେଟ୍ ୨୫ ଶହ ବର୍ଗଫୁଟ ପରିମିତ ଆଉଟଲେଟର ମୂଲ୍ୟ ୨ କୋଟି ଆକଳନ କରାଯାଇଛି । ୨୬୦ ଗ୍ରାମ ସୁନା ବି ଜବତ ହୋଇଛି।

ଆୟ ବର୍ହିର୍ଭୂତ ସମ୍ପତି ଠୁଳ ଅଭିଯୋଗ ପରେ ଓଡିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ବୌଦ୍ଧ ଆରଟିଓ ଅଫିସ, ବସନ୍ତଙ୍କ ଭଡାଘର, ଭୁବନେଶ୍ୱରସ୍ଥିତ ବିଭିନ୍ନ ଠିକଣା, ଭଞ୍ଜନଗର ସ୍ଥିତ ପୈତୃକ ଘରେ ଓ ବ୍ରହ୍ମପୁର ଚଢ଼ାଉ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+