ନକଲି ପରେ ଏବେ କଟକରେ ଏକ୍ସପାଏରୀ ମେଡିସିନ୍
କଟକରେ ନକଲି ମେଡିସିନ ପରେ ଏକ୍ସପାଏରୀ ମେଡିସିନ । ଏସସିବି ମେଡିକାଲ ପରିସରରେ ଥିବା କଲ୍ୟାଣୀ ମେଡିସିନ୍ ଷ୍ଟୋରରେ ଏକ୍ସପାଏରୀ ମେଡିସିନ୍ ବିକ୍ରି କରାଯାଉଥିବା ଅଭିଯୋଗ ଆସିଛି ।
କଟକ: କଟକରେ ନକଲି ମେଡିସିନ ପରେ ଏକ୍ସପାଏରୀ ମେଡିସିନ । ଏସସିବି ମେଡିକାଲ ପରିସରରେ ଥିବା କଲ୍ୟାଣୀ ମେଡିସିନ୍ ଷ୍ଟୋରରେ ଏକ୍ସପାଏରୀ ମେଡିସିନ୍ ବିକ୍ରି କରାଯାଉଥିବା ଅଭିଯୋଗ ଆସିଛି । ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରେ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଅଗଷ୍ଟ ମାସର ଏକ୍ସପାରି ରକ୍ତଚାପ ଔଷଧ ବିକ୍ରି ହୋଇଥିଲା ।

ଏହି ଅଭିଯୋଗ କରିଛନ୍ତି ନୟାଗଡ଼ର ପବିତ୍ର ପଣ୍ଡା । ତାଙ୍କ ଭଉଣୀ ୨ ମାସ ହେଲା ଏସସିବିରେ ଚିକିତ୍ସାଧୀନ ଅଛନ୍ତି । ଆଜି ଡାକ୍ତରଙ୍କ ପରାମର୍ଶ ମୁତାବକ ସେ କଲ୍ୟାଣୀ ମେଡିସିନ ଷ୍ଟୋରରୁ ବିପି ମେଡିସିନ୍ କିଣିଥିଲେ । ମେଡିସିନର ବ୍ୟବହାର ତାରିଖ ଚାଲିଯାଇଥିଲା ବୋଲି ପରେ ଜଣାପଡିଥିଲା । ଏନେଇ ଷ୍ଟୋରରେ ଜଣାଇବା ପରେ ମେଡିସିନ୍ ନେଇ ଟଙ୍କା ଫେରାଇଥିଲା ଷ୍ଟୋର । ଏସସିବି ପ୍ରଶାସନିକ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ହୋଇଛି । ଘଟଣାର ତଦନ୍ତ କରାଯିବ, ଡ୍ରଗ୍ ବିଭାଗକୁ ମଧ୍ୟ ଚିଠି ଲେଖାଯିବ ବୋଲି ଏସସିବି ପ୍ରଶାସନିକ ଅଧିକାରୀ କହିଛନ୍ତି ।












Click it and Unblock the Notifications