କ୍ୟାପିଟାଲ ହସ୍ପିଟାଲରୁ ସାଙ୍ଘାତିକ ଅଭିଯୋଗ: କହିଲେ ପୁଅ ଦେଲେ ଝିଅ !
କହିଲେ ପୁଅ ଦେଲେ ଝିଅ । ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରୁ ଏପରି ଅଭିଯୋଗ ଆସିଛି । ପ୍ରଥମେ କହିଲେ ପୁଅ ଜନ୍ମ ହୋଇଛି ହେଲେ ଦେଲେ ଝିଅ । ଏପରି ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ୱାଳ ।
ଗତକାଲି ରାତି ସାଢ଼େ ୧୦ରେ ପୁଅ ହୋଇଥିଲା ବୋଲି ସୂଚନା ଦିଆଯାଇଥିଲା । ମାତ୍ର ଫଟୋ ଉଠାଇବା ବେଳେ ଝିଅ ହୋଇଥିବା ଦେଖିଥିଲେ । ଏଥିପାଇଁ ସେ DNA ଟେଷ୍ଟ ପାଇଁ ଦାବି କରିଛନ୍ତି । ଛୁଆର DNA ଟେଷ୍ଟ ରିପୋର୍ଟ ନ ଆସିବା ଯାଏ ଛୁଆକୁ ନେବେ ନାହିଁ ବୋଲି ପ୍ରାଣକୃଷ୍ଣ କହିଛନ୍ତି।
ତାଙ୍କର ସନ୍ତାନ ପ୍ରସବ ପରେ ପୁଅ ହୋଇଛି ବୋଲି ନର୍ସ ଜଣାଇଥିଲେ । ହେଲେ ଶିଶୁ ହସ୍ତାନ୍ତର ବେଳେ ତାଙ୍କୁ କନ୍ୟା ସନ୍ତାନ ଦିଆଯାଇଥିଲା । ଅଭିଯୋଗ ପରେ ଘଟଣାର ତଦନ୍ତ କରାଯିବା ନେଇ ସୂଚନା ଦେଇଛନ୍ତି ନିର୍ଦ୍ଦେଶକ । ଏହା ସହ ଡିଏନଏ ଟେଷ୍ଟ କରାଯିବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ପ୍ରାଣକୃଷ୍ଣ କହିଛନ୍ତି, ଗତକାଲି ରାତି ୧୦ଟାରେ ମୋ ପୁଅ ହେଲା ବୋଲି ମେଡିକାଲ କର୍ମଚାରୀ କହିଥିଲେ । ପରେ ଛୁଆକୁ ନର୍ସ ଆଣି ଶାଶୁଙ୍କୁ ଦେଇଥିଲେ । ହେଲେ ଛୁଆର ଫଟୋ ଉଠାଇଲା ବେଳେ ପୁଅ ନୁହେଁ ଝିଅ ବୋଲି ଜଣାପଡ଼ିଥିଲା ।
ତା'ପରେ ନର୍ସ ଜଣଙ୍କୁ ପଚାରିଥିଲେ, ମୋର ପୁଅ ହୋଇଥିଲା, ଝିଅ କ'ଣ ଦେଲେ, ହେଲେ ସେ କିଛି ନ କହି ପଳାଇ ଥିଲେ । ହେଲେ କିଛି ସମୟ ପରେ ଡାକ୍ତର ଆସି କହିଥିଲେ ତୁମର ଝିଅ ହୋଇଥିଲା । ଅନ୍ୟ ଜଣଙ୍କର ପୁଅ ହୋଇଛି ବୋଲି କହିଥିଲେ ।
ଅନ୍ୟପକ୍ଷରେ, ଅଭିଯୋଗ ପରେ ଘଟଣାର ତଦନ୍ତ କରାଯିବା ନେଇ ସୂଚନା ଦେଇଛନ୍ତି ନିର୍ଦ୍ଦେଶକ । ଏହା ସହ ଡିଏନଏ ଟେଷ୍ଟ କରାଯିବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ସେ କହିଛନ୍ତି, ସୁପରିଣ୍ଟେଣ୍ଡେଣ୍ଟଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ତଦନ୍ତ କରିବ । ପୋଲିସ ମଧ୍ୟ ଡାକ୍ତର ଓ ନର୍ସଙ୍କୁ ପଚରାଉଚରା କରୁଛି ।












Click it and Unblock the Notifications