ଗୋଟିଏ ରାତିରେ ୫ ରୋଗୀଙ୍କ ମୃତ୍ୟୁ ଅଭିଯୋଗ: ନର୍ସଙ୍କ ଭୁଲ ଇଞ୍ଜେକସନ୍ ନେଲା ଜୀବନ !

ଗୋଟିଏ ରାତିରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ୫ ଜଣ ରୋଗୀଙ୍କ ମୃତ୍ୟୁ ଅଭିଯୋଗ । ସେଥିମଧ୍ୟରୁ ଆଇସିୟୁ ସର୍ଜରୀରେ ଥିବା ୩ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ୱାର୍ଡରେ ଥିବା ୨ ରୋଗୀଙ୍କ ମୃତ୍ୟୁ ହୋଇଛି । ନର୍ସଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ଆଇସିୟୁ ସର୍ଜରୀରେ ଥିବା ୩ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।

Allegation of 5 patients dying in one night

ଆଇସିୟୁ ସର୍ଜରୀରେ ଭଗବାନ ପରିଜା ଏଵଂ ଶୁକ୍ରା ମାଝି ପୁରୁଷ ଥିବା ବେଳେ ଜଣେ ମହିଳା ରୁକୁନି ପେଣ୍ଟିଆ ମୃତ୍ୟୁବରଣ କରିଛନ୍ତି । ସେହିପରି ୱାର୍ଡରେ ଥିବା ବତି ଖରା ଓ ଫୁଲମତି ମାଝିଙ୍କର ମୃତ୍ୟୁ ଘଟିଛି । ୱାର୍ଡରେ ଥିବା ଦୁଇ ମହିଳା କେଉଁ କାରଣରୁ ମରିଛନ୍ତି ଜଣାପଡିନାହିଁ । ଆଇସିୟୁ ସର୍ଜରୀରେ ମୃତ୍ୟୁବରଣ କରିଥିବା ୩ ରୋଗୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରଖାଯାଇଛି । ଆଜି ବ୍ୟବଚ୍ଛଦ ହେଲେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି । ଅନ୍ୟପଟେ ମେଡିକାଲ କଲେଜରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ଅଧିକ ପୁଲିସ ମୁତୟନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+