'ମୋ ସ୍ୱାମୀଙ୍କୁ ଝିଅ ଯୋଗାଇ ଦେବାକୁ କହୁଥିଲେ ଡିସିପି'
ସ୍ୱାମୀକୁ ଝିଅ ଯୋଗାଇବାକୁ ପ୍ରେସର ଦେଉଥିଲେ କମାଣ୍ଡାଣ୍ଟ ଡିସିପି । ARMRD DCP ବିଜୟ କୁମାର ସାହୁଙ୍କ ନାଁରେ ସିପାହୀଙ୍କ ପତ୍ନୀ ଆଣିଲେ ସାଂଘାତିକ ଅଭିଯୋଗ ।
ଭୁବନେଶ୍ୱର: ସ୍ୱାମୀକୁ ଝିଅ ଯୋଗାଇବାକୁ ପ୍ରେସର ଦେଉଥିଲେ କମାଣ୍ଡାଣ୍ଟ ଡିସିପି । ARMRD DCP ବିଜୟ କୁମାର ସାହୁଙ୍କ ନାଁରେ ସିପାହୀଙ୍କ ପତ୍ନୀ ଆଣିଲେ ସାଂଘାତିକ ଅଭିଯୋଗ । ଝିଅ ନଦେବାରୁ ବଦଳି କରିଦେବା ନେଇ ଧମକ ଦେଉଥିଲେ, ଫଳରେ ସ୍ବାମୀ ମାନସିକ ଭାବେ ଚାପଗ୍ରସ୍ତ ରହୁଥିବା ନେଇ ଅଭିଯୋଗ ଆଣିଲେ ଜଣେ ସିପାହୀଙ୍କ ପତ୍ନୀ ।

ସିପାହୀ ନିହାର ରଂଜନ ନାୟକ ୩ ଦିନ ତଳେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏବେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ନିହାରଙ୍କ ପତ୍ନୀ, ଭଉଣୀ, ମା' ଓ ପୁଅ ପୁଲିସ କମିଶନରଙ୍କୁ ଭେଟିଛନ୍ତି । ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେମାନେ ଦାବି କରିଛନ୍ତି।
ସିପାହୀ ନିହାର ରଂଜନ ନାୟକଙ୍କ ପତ୍ନୀ କହିଛନ୍ତି, ARMRD DCP ବିଜୟ କୁମାର ସାହୁ ମୋ ସ୍ୱାମୀଙ୍କୁ ନିର୍ଯାତନା ଦେଉଛନ୍ତି। ଆଜି ମୋ ସ୍ୱାମୀ ହସ୍ପିଟାଲରେ ପଡ଼ିଛନ୍ତି। ମୋ ସଂସାର ପାଇଁ କ'ଣ ଡିସିପି ବିଜୟ କୁମାର ସାହୁ ଦାୟୀ ରହିବେ? ସପ୍ତମ ବାଟାଲିୟନ ଫ୍ୟାମିଲି ୱେଲଫେୟାର ଚାର୍ଜରେ ମୋ ସ୍ୱାମୀ ଅଛନ୍ତି। ସେଠାକୁ ଅନେକ ହାବିଲଦାର ଓ ସିପାହୀମାନଙ୍କର ସ୍ତ୍ରୀ ଓ ଝିଅ ହସ୍ତତନ୍ତ ଟ୍ରେନିଂ ପାଇଁ ଆସନ୍ତି। ଡିସିପି ବିଜୟ କୁମାର ସାହୁଙ୍କର ଖରାପ ମନୋଭାବ ଥିଲା। ମୋ ସ୍ୱାମୀଙ୍କ ଜରିଆରେ ସେ ଝିଅ ଚାହୁଁଥିଲେ। ହେଲେ ମୋ ସ୍ୱାମୀ ତାହା ନମାନିବାରୁ ତାଙ୍କୁ ନିର୍ଯାତନା ଦିଆଯାଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି।












Click it and Unblock the Notifications