ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଲାଗିବ WiFi; ସବୁ କୁଳସଚିବଙ୍କୁ ଚିଠି ଲେଖି ଜଣାଇଲା ଉଚ୍ଚ ଶିକ୍ଷା ବିଭାଗ

ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଲାଗିବ WiFi । ଏ ନେଇ ସବୁ କୁଳସଚିବଙ୍କୁ ଚିଠି ଲେଖି ଜଣାଇଲା ଉଚ୍ଚ ଶିକ୍ଷା ବିଭାଗ । ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ମାଗଣା WiFi । ଏହା ଦ୍ବାରା ପିଲାମାନଙ୍କର ପାଠପଢା ସୁବିଧା ହେବ ।

ଅଧିକାଂଶ ପାଠ୍ୟକ୍ରମ ଅନ୍‌ଲାଇନ୍‌ରେ ଥିବାରୁ ମାଗଣା WiFi ମିଳିବ । କେତେ ଖର୍ଚ୍ଚ ହେବ ଏଷ୍ଟିମେସନ୍ ଦେବାକୁ କୁଳସଚିବଙ୍କୁ ନିର୍ଦ୍ଦେଶ । ୫ଜି ଯୁଗରେ ପିଲାଙ୍କୁ ଏହା ସୁବିଧା ଯୋଗାଇବ । ତାହା ସହିତ ବିଭିନ୍ନ ପ୍ରତିଦ୍ବନ୍ଦୀ ମୂଳକ ପରୀକ୍ଷା ପାଇଁ ପିଲା ପାଠ ପଢ଼ିପାରିବେ ।

wifi_university

ଅନଲାଇନ୍ କ୍ଲାସ କରିବାରେ ଛାତ୍ରଛାତ୍ରୀ ସୁବିଧା ପାଇପାରିବେ । ୟୁଟୁବ ଆଦିରେ ପିଲା ପାଠ ପଡିପାରିବେ । ସିଭିଲ ସର୍ଭିସ୍ ପରୀକ୍ଷା ବା ୟୁଜିସି ନେଟ ପିଲା ଭଲ କରିପାରିବେ । ଏହା ଦ୍ବାରା ରାଜ୍ୟର ଶିକ୍ଷାକ୍ଷେତ୍ର ମଧ୍ୟ ବିକାଶ ହେବ ।

ଅଧିକାଂଶ ପାଠ୍ୟ ପୁସ୍ତକ ଅନଲାଇନରେ ମିଳୁଛି । ତେଣୁ ଏହି ନିଷ୍ପତ୍ତି ନିଆଯାଇଛି । ମାଗଣା ଇଣ୍ଟରନେଟ ସୁବିଧା ଦ୍ଵାରା ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ସହାୟକ ହେବ। ଏହା ଦ୍ବାରା ଶୈକ୍ଷିକ ବାତାବରଣରେ ଉନ୍ନତି ଆସି ପାରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+