ଜାନୁଆରୀ ୧୧ରୁ ଖୋଲିବ ବିଶ୍ବବିଦ୍ୟାଳୟ/କଲେଜ; ଜାଣନ୍ତୁ, କେବେ ହେବ ପରୀକ୍ଷା
ଆସନ୍ତା ଜାନୁଆରୀ 8ରୁ ସ୍କୁଲ ଖୋଲୁଥିବା ବେଳେ 11 ତାରିଖରୁ ଖୋଲିବ ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶା ପାଇଛି ।
ଭୁବନେଶ୍ବର: ସ୍କୁଲ ପରେ ଏବେ କଲେଜ ଖୋଲିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଆସନ୍ତା ଜାନୁଆରୀ 8ରୁ ସ୍କୁଲ ଖୋଲୁଥିବା ବେଳେ 11 ତାରିଖରୁ ଖୋଲିବ ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶା ପାଇଛି । ଶେଷ ସେମିଷ୍ଟର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ବିଶ୍ୱବିଦ୍ୟାଳୟ ଓ କଲେଜ।

ଉଭୟ ୟୁଜି ଓ ପିଜି ପାଇଁ ଜାନୁଆରୀ ୧୧ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ କ୍ଲାସ ଚାଲିବ। ମାର୍ଚ୍ଚ ୧୬ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଉଭୟ ଶ୍ରେଣୀଙ୍କ ସେମିଷ୍ଟର ପରୀକ୍ଷା କରାଯିବ। ଉଭୟ ସେମିଷ୍ଟର ରେଜଲ୍ଟ ଏପ୍ରିଲ ୩୦ ସୁଦ୍ଧା ପ୍ରକାଶ ପାଇବ। ଏପ୍ରିଲ ୨ରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ UG ଓ PGର ଶେଷ ସେମିଷ୍ଟର କ୍ଲାସ ହେବ। ଜୁନ ୧୬ରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ UG ଓ PGର ଶେଷ ସେମିଷ୍ଟର ପରୀକ୍ଷା କରାଯିବ। UG ଓ PGର ଶେଷ ସେମିଷ୍ଟର ରେଜଲ୍ଟ ଜୁଲାଇ ୧୫ ତାରିଖ ସୁଦ୍ଧା ପ୍ରକାଶ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତିରେ ପ୍ରକାଶ କରିଛି।
କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ପରେ ଛାତ୍ରଛାତ୍ରୀମାନେ ରହିବେ କେଉଁଠି? ଏହାକୁ ଦୃଷ୍ଟିରେ ରଖି UG/ PG ପିଲାଙ୍କ ପାଇଁ ହଷ୍ଟେଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଉଚ୍ଚ ଶିକ୍ଷା ବିଭାଗ। Ph.D., M.Phil., ରିସର୍ଚ୍ଚ ସ୍କଲାରଙ୍କ ପାଇଁ ବି ଖୋଲିବ ହଷ୍ଟେଲ।
ଜାନୁଆରୀ ୧୦ରୁ ହଷ୍ଟେଲ ଖୋଲିବା ନେଇ ନିର୍ଦ୍ଦେଶନାମା ରହିଛି। କୋଭିଡ ଗାଇଡଲାଇନ ଅନୁସାରେ ହଷ୍ଟେଲ ଖୋଲିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।












Click it and Unblock the Notifications