ରଥଯାତ୍ରା ପାଇଁ ୮ ତାରିଖରେ ବନ୍ଦ ରହିବ ଏସବୁ ଅଫିସ
ରଥଯାତ୍ରା ଉପଲକ୍ଷେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜୁଲାଇ ୮ ତାରିଖକୁ ଛୁଟି ଘୋଷଣା କରାଯାଇଥିବା ବେଳେ ଛୁଟିରେ କେଉଁ ସଂସ୍ଥା ବା କାର୍ଯ୍ୟାଳୟ ବନ୍ଦ ରହିବ ସେ ନେଇ ସ୍ପଷ୍ଟୀକରଣ ଆସିଛି । ୮ ତାରିଖ (ସୋମବାର) ଦିନ ଓଡ଼ିଶା ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ।

ରାଜ୍ୟ ସରକାରଙ୍କ ରାଜସ୍ବ ଓ ମାଜିଷ୍ଟ୍ରେଟ୍ଙ୍କ କୋର୍ଟ ମଧ୍ୟ ବନ୍ଦ ରହିବ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବୁଧବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ରଥଯାତ୍ରା ପାଇଁ ଆସନ୍ତା ସୋମବାର ଦିନ ରାଜ୍ୟର ସମସ୍ତ ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ୍ ପ୍ରତିଷ୍ଠାନ ଛୁଟି ରହିବ। ପୁରୀରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଆସନ୍ତା ୮ ତାରିଖ ଦିନ ଅନୁଷ୍ଠିତ ହେବ। ଏଥି ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି।












Click it and Unblock the Notifications