ରାମମନ୍ଦିର ପୂଜାରୀଙ୍କ ଲାଗୁ ହେଲା ଏହି ସବୁ ନୂଆ ନିୟମ
ଅଯୋଧ୍ୟା ରାମମନ୍ଦିରର ବ୍ୟବସ୍ଥାରେ କିଛି ପରିବର୍ତ୍ତନ ଅଣାଯାଇଛି। ଏଣିକି ରାମମନ୍ଦିର ପୂଜାରୀଙ୍କୁ ଆଉ କମଳା ରଙ୍ଗର ପୋଷାକରେ ଦେଖିବାକୁ ମିଳିବ ନାହିଁ। ପୂଜାରୀ ହଳଦିଆ ରଙ୍ଗର ପୋଷାକ ପିନ୍ଧି ଭଗବାନ ରାମଙ୍କ ସେବା କରିବେ। ଏଥିସହିତ ରାମମନ୍ଦିରର ପୂଜାରୀଙ୍କ ପାଇଁ ଆଉ ଏକ ନିୟମରେ ବି ପରିବର୍ତ୍ତନ କରାଯାଇଛି।

ମନ୍ଦିର ଅଧିକାରୀଙ୍କ କହିବାନୁସାରେ, ପୂଜାରୀଙ୍କ ନୂଆ ଡ୍ରେସ କୋର୍ଡ ନିୟମ ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଯାଇଛି। ଏଥିସହିତ ହଳଦିଆ ରଙ୍ଗର ପଗଡ଼ି ବାନ୍ଧିବାକୁ ସେମାନଙ୍କୁ ପ୍ରଶିକ୍ଷଣ ବି ଦିଆଯାଇଛି।
ରାମମନ୍ଦିରର ଜଣେ ମୁଖ୍ୟ ପୂଜାରୀଙ୍କ ସହିତ ୪ଜଣ ସହାୟକ ପୂଜାରୀ ରହିଥାଆନ୍ତି। ପ୍ରତ୍ୟେକ ସହାୟକ ପୂଜାରୀଙ୍କ ପାଖରେ ପାଞ୍ଚଜଣ ପ୍ରଶିକ୍ଷୁ ପୂଜାରୀ ରହିଥାଆନ୍ତି। ଏହି ପୂଜାରୀଙ୍କ ପ୍ରତ୍ୟେକ ଟିମ ସକାଳ ୩.୩୦ରୁ ରାତି ୧୧ଟା ପର୍ଯ୍ୟନ୍ତ ପାଞ୍ଚ ଘଣ୍ଟାର ସିଫ୍ଟରେ ନିଜନିଜର ସେବା ପ୍ରଦାନ କରିଥାଆନ୍ତି। ତେବେ ଖବର ମିଳିଛି କି ପୂଜାରୀମାନେ ବି ଏଣିକି ମନ୍ଦିରରେ ମୋବାଇଲ ବ୍ୟବହାର କରି ପାରିବେ ନାହିଁ।
ଉଲ୍ଳେଖଯୋଗ୍ୟ, ଅଗଷ୍ଟ ୫ ତାରିଖରେ ଯେତେବେଳେ ଭୂମିପୂଜା ଓ ଶିଳାନ୍ୟାସ ହୋଇଥିଲା ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହଳଦିଆ ରଙ୍ଗର ପୋଷାକ ପରିଧାନ କରିଥିବା ଦେଖିବାକୁ ମିଳିଥିବା ବେଳେ ସେଠାରେ ଥିବା ପୂଜାରୀମାନେ କମଳା ରଙ୍ଗର ପୋଷାକ ପିନ୍ଧିଥିଲେ। ଭରତୀୟ ଧର୍ମରେ ହଳଦିଆ ରଙ୍ଗର ବିଶେଷ ମହତ୍ତ୍ବ ରହିଛି। ବିଶେଷ କରି ଶୁଭକାମମାନଙ୍କରେ ହଳଦିଆ ଓ କମଳା ରଙ୍ଗ ବ୍ୟବହାର କରାଯାଇଥାଏ।












Click it and Unblock the Notifications