Cyclone dana: ବାତ୍ୟା ଦାନା ପ୍ରଭାବରେ ଏହି ସବୁ ଜିଲ୍ଲାରେ ଦିନ ତମାମ ପ୍ରବଳ ବର୍ଷିବ

ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କଲା ଦାନା । ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଭିତରକନିକାର ହବାଳିଖଟି ନେଚର କ୍ୟାମ୍ପ ଓ ଧାମରା ନିକଟ ଦେଇ ସ୍ଥଳ ଭାଗ ଅତିକ୍ରମ କଲା ବାତ୍ୟା ଦାନା । ରାତି ୧ .୩୦ ମିନିଟରୁ ଭୋର ୩. ୩୦ ମିନିଟ୍ ମଧ୍ୟରେ ବାତ୍ୟାର ମଧ୍ୟ ଭାଗ ଅତିକ୍ରମ କଲା ସ୍ଥଳ ଭାଗ। ବାତ୍ୟାର ପଛ ଭାଗ ଏବେ ସ୍ଥଳ ଭାଗ ଅତିକ୍ରମ କରୁଛି।

ସ୍ଥଳ ଭାଗ ଅତିକ୍ରମ କରିବା ସମୟରେ ବାତ୍ୟାର ତୀବ୍ରତା ଥିଲା ୧୦୦ରୁ ୧୨୦ କି.ମି ପ୍ରତି ଘଣ୍ଟା। ବାତ୍ୟାର ପଛ ଭାଗ ଏବେ ସ୍ଥଳ ଭାଗ ଅତିକ୍ରମ କରୁଛି । କିଛି ସମୟରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିବ । ଏନେଇ ୨୫ ତାରିଖ ଭୋର ୫ଟା ସମୟରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକ ମନୋରମା ମାହାନ୍ତି। ଆଉ ଘଣ୍ଟାଏ ଦୁଇ ଘଣ୍ଟା ମଧ୍ୟରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ତେବେ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ ହେବା ପରେ ବାତ୍ୟା ଘୂର୍ଣ୍ଣିଝଡ଼ରେ ପରିଣତ ହେବା ସହିତ ଏହା ଧୀରେ ଧୀରେ ଅବପାତର ରୂପ ନେବ।

rain

ଆସନ୍ତା ୨୪ ଘଣ୍ଟା ପାଇଁ ଅନୁଗୁଳ,କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା ଭଦ୍ରକ, ଢେଙ୍କାନାଳ ଓ ପୁରୀ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ନୟାଗଡ଼, ବୌଦ୍ଧ ଓ ସୋନପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା।

ରାଜଧାନୀ ଭୁବନେଶ୍ୱରରେ ୨୫ ତାରିଖରେ ହାଲୁକା କିମ୍ବା ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଭୁବନେଶ୍ୱର ଛାଡ଼ିଲା ପରେ ଅନୁଗୁଳ, କେନ୍ଦ୍ରାପଡ଼ା, ଜଗତସିଂହପରୁ, କଟକ, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ଢେଙ୍କାନାଳ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+