ଓଡ଼ିଆ ଭାଷାରେ ହେବ ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ କାର୍ଯ୍ୟ

ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବ‌ହାର ହେବ । ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହଙ୍କ ଦ୍ଵାରା ଏ ସଂକ୍ରାନ୍ତୀୟ ଏକ ବିଭାଗୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି ।

rural development department

ଏହା ଆଧାରରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟାଳୟର ନଥୁପତ୍ର ଏବଂ ସମସ୍ତ ପତ୍ରାଳାପ ଓଡ଼ିଆ ଭାଷାରେ କରିବେ । ସମସ୍ତ ବୈଠକର ବିବରଣୀ ଓଡ଼ିଆରେ ଜାରି କରାଯିବ । ସମସ୍ତ ସଂକଳ୍ପପତ୍ର, ନିର୍ଦ୍ଦେଶନାମା ଏବଂ ଅନ୍ୟ ସମସ୍ତ ବିଭାଗୀୟ ପତ୍ରାଳାପ ମଧ୍ୟ ଓଡ଼ିଆ ଭାଷାରେ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏହା ସହ କ୍ୟାବିନେଟ୍ ପାଇଁ ସମସ୍ତ ସ୍ମାରକପତ୍ର ଉଭୟ ଓଡ଼ିଆ ଏବଂ ଇଂରାଜୀରେ ପ୍ରକାଶ କରାଯିବ ।

ଏହି ସମସ୍ତ କାର୍ଯ୍ୟରେ ପ୍ରାଥମିକତା ଭିଭିରେ ଓଡ଼ିଆ ଭାଷା ବ୍ୟବ‌ହାର କରିବା ପାଇଁ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ବିଭାଗର ସମସ୍ତ ଅଧିକାରୀ, କ୍ଷେତ୍ର ଅଧୁକାରୀ, ସର୍ବୋଚ୍ଚ ଯନ୍ତ୍ରୀ-୧, ସର୍ବୋଚ୍ଚ ଯନ୍ତ୍ରୀ-୨, ମୁଖ୍ୟମନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ ଆଦିଙ୍କ କାର୍ଯ୍ୟାଳୟ ଓ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+