Get Updates
Get notified of breaking news, exclusive insights, and must-see stories!

ବନ୍ଦ ହେଲା ହୀରାକୁଦ ଡ୍ୟାମର ସମସ୍ତ ଗେଟ୍; ଜଳସ୍ତର ୬୨୨.୩୯ ଫୁଟ୍

ବନ୍ଦ ହେଲା ହୀରାକୁଦ ଡ୍ୟାମର ସମସ୍ତ ଗେଟ୍ । ଖୋଲାଥିବା ହୀରାକୁଦର ସମସ୍ତ ୬ଟି ଗେଟ୍ ବନ୍ଦ କରାଗଲା। ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୨.୩୯ ଫୁଟ୍ ।

ସୂଚନା ଯୋଗ୍ୟ, ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧିଛି। ଆସନ୍ତା ୪ ତାରିଖରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ପରେ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଅବପାତଟି ଛତିଶଗଡ଼ ମୁହାଁ ହେବା ନେଇ ମଧ୍ୟ ଆକଳନ କରାଯାଇଛି। ଏହାର ପ୍ରଭାବରେ ୪ ତାରିଖରୁ ପୁଣି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଇତିମଧ୍ୟରେ ଅବପାତର ରୂପ ନେଇଛି। ଏଥିଯୋଗୁ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ଲାଗି ରହିଛି। ଅବପାତଟି କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମକୁ ମୁହାଁଇ ଉପକୂଳ ଅଞ୍ଚଳ ଓ ପରେ ଉତ୍ତର ଆନ୍ଧ୍ର ଓ ସଂଲଗ୍ନ ଦକ୍ଷିଣ ଓଡିଶା ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ। ରବିବାର ସନ୍ଧ୍ୟା ସୁଦ୍ଧା ଏହା ବିଶାଖାପାଟଣାରୁ ୯୦ କି.ମି. ଏବଂ ମାଲକାନଗିରିରୁ ୧୨୦ କି.ମି. ଦୂରରେ ରହିଥିବାବେଳେ ସୋମବାର ସୁଦ୍ଧା ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ପରେ ଦୁର୍ବଳ ହୋଇ ଓ୍ବେଲ୍ମାର୍କ ଲୋପ୍ରେସରରେ ପରିଣତ ହେବ। ତେବେ ଏହାର ପ୍ରଭାବରେ ରବିବାର ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ହେଲେ ଜଳସ୍ତରକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ଆବଶ୍ୟକ ଗେଟ୍‌ ଖୋଲିବା ନେଇ ପଦକ୍ଷେପ ନିଆଯିବ ବୋଲି ଡ୍ୟାମ୍‌ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସେପଟେ ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ହୋଇ ପୁନର୍ବସତି ସ୍ଥାପନ କରି ରହୁ ଥିବା ରେଙ୍ଗାଲି ବ୍ଲକର ଝାରମୁଣ୍ଡା, ବାବୁଚକୁଲି,ବାଉଁସେନ, ଥୁଣ୍ଟି କତରବଗା ଗ୍ରାମରୁ ରେଙ୍ଗାଲି କୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ର ୫ଶହ ମିଟର ଜମି ଅଧିଗ୍ରହଣ ହେଉ ନଥିବାରୁ ରାସ୍ତା ଅଧାପନ୍ତରିଆ ରେ ଦୀର୍ଘ ଦଶନ୍ଧି ହେଲା ପଡି ରହିଛି। ଗମନାଗମନ ପାଇଁ ଅଞ୍ଚଳବାସୀ ଏଥିପାଇଁ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ନଦୀବନ୍ଧ ଯୋଜନା କାର୍ଯ୍ଯକ୍ଷମ ହେବାର ୭ଦଶନ୍ଧି ବିତିଗଲା। ଅଞ୍ଚଳବାସୀ ଅସଂଖ୍ୟ ଥର ଜିଲାପାଳ, ଉପଜିଲାପାଳ, ତହସିଲଦାର ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ୟ ଏ ସମସ୍ୟାର ସମାଧାନ ହେଉନାହିଁ। ଏହି ଅସମାହିତ ମୌଳିକ ସମସ୍ୟାର ସମାଧାନ ପାଇଁ ଜମି ଅଧିଗ୍ରହଣ କରାଯିବା ସକାଶେ ଜନସାଧାରଣ ପୁଣି ଜିଲାପାଳ ଓ ଉପ-ଜିଲାପାଳଙ୍କ ଦ୍ବାରସ୍ତ ହୋଇଛନ୍ତି ।

hirakud Dam

ରାସ୍ତାଦେଇ ଉପରୋକ୍ତ ଗ୍ରାମ ଗୁଡିକ ର ଅସଂଖ୍ୟ ଛାତ୍ର ଛାତ୍ରୀ, କର୍ମଚାରୀ ଓ ଜନସାଧାରଣ ସ୍କୁଲ କଲେଜ, ବ୍ଲକ,ତହସିଲ, ଜିଲ୍ଲା ସଦର ମହକୁମା ତଥା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ କୁ ଯାତାୟତ ପାଇଁ ନିର୍ଭର କରିଥାନ୍ତି। ତେବେ ରେଙ୍ଗାଲି ବ୍ଲକ କାର୍ଯ୍ୟାଳୟ ପାଖରୁ ଉପରୋକ୍ତ ଅଞ୍ଚଳ କୁ ସଂଯୋଗ କରୁଥିବା ଏହି ପୂର୍ତ୍ତ ବିଭାଗ ରାସ୍ତା ୪ ଟି ସ୍ଥାନରେ ପ୍ରାୟ ୫ଶହ ମିଟର ରୟତି ଜମି ରହିଛି। ବାରମ୍ବାର ଦାବି ସତ୍ତ୍ବେ ରୟତି ଜମି ଅଧିଗ୍ରହଣ କରାଯାଇ ନଥିବାରୁ ଦୋହରୀକରଣ କାମ ଅସମ୍ପୂର୍ଣ୍ଣ ହୋଇ ପଡିଛି। ରାସ୍ତାର ବାକି ଅଂଶର ଦୋହରୀକରଣ କାମ ସମ୍ପୂର୍ଣ୍ଣ ହୋଇ ସାରିଥିବା ବେଳେ ୫ଶହ ମିଟର ରୟତି ଜମି ଖାଳଖମା ରେ ପରିପୂର୍ଣ୍ଣ ହୋଇ ପଡିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+