ଆସନ୍ତା ୨୦ ତାରିଖରୁ ଖୋଲିବ ରାଜ୍ୟର ସମସ୍ତ ବିଦ୍ୟାଳୟ
ଆସନ୍ତା ୨୦ ତାରିଖରୁ ରାଜ୍ୟରେ ଖୋଲିବ ସମସ୍ତ ବିଦ୍ୟାଳୟ। ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ପୁନଃଖୋଲିବା ତାରିଖ ବିଧିବଦ୍ଧ ଭାବେ ଘୋଷଣା ହୋଇନଥିଲେ ବି ଛୁଟି ତାଲିକାରେ ଏବର୍ଷ ଖରାଛୁଟି ଅବଧି ଜୁନ୍ ୧୯ ପର୍ଯ୍ୟନ୍ତ ରହିଛି। ତେଣୁ ୨୦ରୁ ବିଦ୍ୟାଳୟ ଖୋଲିବା ନେଇ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି। ବିଦ୍ୟାଳୟ ଖୋଲିବା ପୂର୍ବରୁ ସ୍ବଚ୍ଛତା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ନିରାପଦ ପାନୀୟ ଜଳ ଉପରେ ଗୁରୁତ୍ବ ଦିଆଯାଇଛି। ବିଦ୍ୟାଳୟ ଖୋଲିବାର ଦିନକ ପୂର୍ବରୁ ଅର୍ଥାତ ୧୯ ତାରିଖରେ ଶିକ୍ଷକ, କର୍ମଚାରୀ, ପାଚିକା ଏବଂ ସହାୟିକାଙ୍କୁ କାର୍ଯ୍ୟରେ ଯୋଗଦେବାକୁ ନିର୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

ବିଦ୍ୟାଳୟ ପୁନଃଖୋଲିବା ନେଇ ପ୍ରସ୍ତୁତି ଏବଂ ପଦକ୍ଷେପ ସମ୍ପର୍କରେ ଖୋର୍ଦ୍ଧା ଜିଲା ଶିକ୍ଷା ଅଧିକାରୀ ଜିଲାର ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ/ଅଧ୍ୟକ୍ଷଙ୍କୁ ପତ୍ର ଲେଖି ଅବଗତ କରିଛନ୍ତି। ଶ୍ରେଣୀଗୃହ ଏବଂ କ୍ୟାମ୍ପସକୁ ପରିଷ୍କାର କରିବାକୁ କୁହାଯାଇଛି। ଏହାସହ ଓଭର ହେଡ୍ ଟାଙ୍କି ସଫେଇ ସୁନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି। ଶ୍ରେଣୀଗୃହ ଏବଂ ଆସବାବପତ୍ରକୁ ସଫା କରିବା, ପରିସ୍ରାଗାର ଓ ଶୌଚାଳୟ ପରିଷ୍କାର କରି ଛାତ୍ରଛାତ୍ରୀଙ୍କ ବ୍ୟବହାର ପାଇଁ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ମଧ୍ୟାହ୍ନ ଭୋଜନରେ ନିରାପଦ ବ୍ୟବହାର ପାଇଁ କିଚେନ, ବାସନ, ଗ୍ୟାସ ଷ୍ଟୋଭ୍ ଆଦି ସଫା କରିବାକୁ ନିର୍ଦେଶ ରହିଛି। ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ନିରାପଦ ପାନୀୟ ଜଳ ଉପଲବ୍ଧ କରିବାକୁ କୁହାଯାଇଛି।
ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ଝାଡ଼ାବାନ୍ତି ଗୋଟିଏ ପରେ ଗୋଟିଏ ଜିଲାକୁ ବ୍ୟାପୁଛି। ଅନ୍ୟପକ୍ଷରେ କରୋନା ସଂକ୍ରମଣର ଭୟ ମଧ୍ୟ ରହିଛି। ଏବେ ବିଦ୍ୟାଳୟଗୁଡ଼ିକ ବନ୍ଦ ଥିବାରୁଅଭିଭାବକମାନେ ଆଶ୍ବସ୍ତ ଅଛନ୍ତି। ୨୦ରୁ ବିଦ୍ୟାଳୟ ଖୋଲିବା ପରେ ଏ ଦିଗରେ ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି। ନିକଟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗଣମାଧ୍ୟମରେ କହିଥିଲେ ଯେ, ବିଦ୍ୟାଳୟ ଖୋଲିଲେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ କରୋନା ସଂକ୍ରମଣ ନେଇ ସତର୍କ କରାଯିବ। ଅଧିକ ସ୍ବାସ୍ଥ୍ୟ ଖରାପ ହେଲେ ଘରେ ରହିବେ ଛାତ୍ରଛାତ୍ରୀ। ବିଦ୍ୟାଳୟଗୁଡ଼ିକ ପୁଣି ଖୋଲିବା ପରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ କରୋନା ସୁରକ୍ଷା ବ୍ୟବସ୍ଥା ପାଳନ କରିବାକୁ ପଡ଼ିବ। ଥଣ୍ଡା ଭଳି ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ମାସ୍କ ପିନ୍ଧିବାକୁ କୁହାଯିବ। ଅଧିକ ଗୁରୁତର ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କୁ ଘରେ ରହିବା ଏବଂ ଅଲଗା ରହିବାକୁ ପରାମର୍ଶ ଦିଆଯିବ ବୋଲି ପୂର୍ବରୁ ମନ୍ତ୍ରୀ କହିଥିଲେ। ବିଦ୍ୟାଳୟ ଖୋଲିବା ପରେ ସରକାରଙ୍କ ପଦକ୍ଷେପ ଉପରେ ଅଭିଭାବକଙ୍କ ନଜର ରହିଛି।
ବିଦ୍ୟାଳୟ ପୁନଃଖୋଲିବା ନେ












Click it and Unblock the Notifications