ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ବନ୍ଦ

ଆସନ୍ତାକାଲିଠାରୁ ରାଜ୍ୟରେ ଦୁଇ ଦିନ ସମସ୍ତ ସ୍କୁଲ ବନ୍ଦ । କଂଗ୍ରେସର ଓଡିଶା ବନ୍ଦ ଡାକରା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ନିଷ୍ପତ୍ତି ।

ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜ୍ୟରେ ଦୁଇ ଦିନ ସମସ୍ତ ସ୍କୁଲ ବନ୍ଦ । କଂଗ୍ରେସର ଓଡିଶା ବନ୍ଦ ଡାକରା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ନିଷ୍ପତ୍ତି । ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ଏପରିକି ସରସ୍ୱତୀ ପୂଜା ଦିନ ସ୍କୁଲ ସବୁ ବନ୍ଦ ରହିବ ବୋଲି ମନ୍ତ୍ରୀ କହିଛନ୍ତି ।

school

ଆସନ୍ତାକାଲି ପେଟ୍ରୋଲ, ଡିଜେଲ୍ ଏବଂ ଏଲ୍‌ପିଜି ଗ୍ୟାସ୍‌ ଦର ବୃଦ୍ଧି ବିରୋଧରେ ସୋମବାର 6 ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି ପ୍ରଦେଶ କଂଗ୍ରେସ । ବନ୍ଦକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଆମ୍ବୁଲାନ୍ସ, ଜରୁରୀ ସେବାରେ ନିୟୋଜିତ ଥିବା ଯାନବାହାନ, ଔଷଧ ଦୋକାନ, ଅତି ଆବଶ୍ୟକ ସେବାରେ ଥିବା ଗାଡ଼ି ଏଥିରୁ ବାଦ୍ ପଡ଼ିବ । ସେହିଭଳି ଯେଉଁ ଗାଡ଼ିରେ ଫୁଲ ସଜା ହୋଇଥିବ, ସେ ଗାଡ଼ିକୁ ବି ବନ୍ଦ ଡାକରାରୁ ବାଦ୍ ଦିଆଯିବ । ଅର୍ଥାତ ବିବାହ ପାଇଁ ଯାଉଥିବା ଗାଡ଼ି କିମ୍ବା ସତ୍କାର ପାଇଁ ଯାଉଥିବ ଗାଡ଼ିକୁ ଏଥିରୁ ବାଦ ଦିଆଯିବ। ସାଧାରଣଲୋକଙ୍କର ଯେପରି ଅସୁବିଧା ହେବନି ତା'ଉପରେ ଧ୍ୟାନ ଦିଆଯିବ ବୋଲି ପିସିସି ସଭାପତି କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+