ଗ୍ରୀଷ୍ମ ପ୍ରବାହ ପାଇଁ ଖୋର୍ଦ୍ଧାରେ ବଦଳିଲା ସ୍କୁଲ ସମୟ; ସକାଳ ସାଢ଼େ ୬ରୁ ସାଢ଼େ ୧୦ଟା ଯାଏଁ ଖୋଲା ରହିବ ସ୍କୁଲ
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିଷ୍ପତ୍ତି। ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲ ସକାଳ ସାଢ଼େ ୬ରୁ ସାଢ଼େ ୧୦ ଯାଏଁ ଚାଲିବ । ସରକାରୀ, ଘରୋଇ ଓ ଅନୁଦାନପ୍ରାପ୍ତ ସ୍କୁଲ ସାଢ଼େ ୧୦ ଯାଏଁ ଖୋଲା । ଦ୍ୱାଦଶ ଶ୍ରେଣୀ ଯାଏଁ ସମସ୍ତ ସ୍କୁଲ ସହ ଅଙ୍ଗନବାଡ଼ି ପାଇଁ ସମୟ ନିର୍ଘଣ୍ଟ ।

ତେଲ କଡ଼େଇରେ ଭାଜି ହେଉଛି ଓଡ଼ିଶା ।ଆସନ୍ତାକାଲି ଯାଏଁ ୧୪ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି ।ଖୋର୍ଦ୍ଧା, କଟକ, ବୌଦ୍ଧ, ମାଲକାନଗିରି, କେନ୍ଦୁଝରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ । ନୟାଗଡ଼, ଅନୁଗୁଳ, ବଲାଙ୍ଗିର, କନ୍ଧମାଳ, ବାଲେଶ୍ବରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ।
ସେହିପରି ଭଦ୍ରକ, ଯାଜପୁର, ମୟୂରଭଂଜ, ଝାରସୁଗୁଡ଼ାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୭ ଓ ୮ରେ କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଜଳୁଛି ରାଜଧାନୀ ଭୁବନେଶ୍ବର । ତାପମାତ୍ରା ୪୪ ଡିଗ୍ରୀରେ ପହଞ୍ଚିଛି ।
ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦେଖି ସମସ୍ତ ପ୍ରକାର ପ୍ରସ୍ତୁତି କରିବାକୁ ବିଭିନ୍ନ ମହାନଗର ନିଗମମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି SRC । ସତର୍କତା ପଦକ୍ଷେପ ମୂଳକ ପ୍ରମୁଖ ସହରରେ ପର୍ଯ୍ୟାପ୍ତ ଜଳଛତ୍ର ଖୋଲିବାକୁ ଏସ.ଆର.ସି ନିର୍ଦ୍ଦେଶ ଦେଇଛନ୍ତି ।
ସେହିଭଳି ଶ୍ରମିକମାନଙ୍କ ପାଇଁ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି। ଜୁନ ୧୫ ଯାଏଁ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ସାଢେ ୩ଟା ମଧ୍ୟରେ ଶ୍ରମିକ ମାନଙ୍କୁ କାମରେ ନଲାଗାଇବାକୁ ନିର୍ଦ୍ଦେଶନାମା ଜାରିକରାଯାଇଛି। ଶ୍ରମ ବିଭାଗ ପକ୍ଷରୁ ସମସ୍ତ ରାଜସ୍ୱ କମିଶନର, ଜିଲ୍ଲାପାଳ ଏବଂ ଶ୍ରମ କମିଶନରଙ୍କୁ ଏଗି ନିର୍ଦ୍ଦେଶ ଦିଆଯାଇଛି।
ପାଣିପାଗ ବୁଲେଟିନ୍ ଅନୁଯାୟୀ ଆଜି ଓ ଆସନ୍ତାକାଲି ଓଡ଼ିଶା, ମହାରାଷ୍ଟ୍ର, ଏବଂ କର୍ଣ୍ଣାଟକ ଉପରେ ତାତି ଅଧିକ ହେବ। ଅଧିକନ୍ତୁ, କେରଳ, ପୁଡୁଚେରୀ ଏବଂ ତାମିଲନାଡୁରେ ଏପ୍ରିଲ୍ ୮ ପର୍ଯ୍ୟନ୍ତ ଗରମ ଏବଂ ଆର୍ଦ୍ର ପାଣିପାଗ ରହିବ ବୋଲି ଆଶା କରାଯାଉଛି।
ଜାତୀୟ ରାଜଧାନୀ ଦିଲ୍ଲୀର ସର୍ବାଧିକ ତାପମାତ୍ରା ଆଜି ଏପ୍ରିଲ୍ ୫ ତାରିଖରେ ୩୬ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି । ଜାତୀୟ ରାଜଧାନୀର ସର୍ବନିମ୍ନ ତାପମାତ୍ରା ୧୯ ଡିଗ୍ରୀ ସେଲସିୟସ ଅଟେ । ଆଜି ପବନ ବହିବା ସହିତ ଦିଲ୍ଲୀରେ ବର୍ଷା ହେବାର ସମ୍ଭାବନା ସହିତ ମେଘୁଆ ଆକାଶର ପୂର୍ବାନୁମାନ କରିଛି IMD।












Click it and Unblock the Notifications