Get Updates
Get notified of breaking news, exclusive insights, and must-see stories!

ଆସନ୍ତାକାଲି ଏହି ସହରର ସମସ୍ତ ସ୍କୁଲ ଓ କଲେଜ ବନ୍ଦ

ସୁନ୍ଦରଗଡ଼ ଟାଉନ୍ ଥାନା ରିଜେଣ୍ଟ ମାର୍କେଟରେ ଗୋଷ୍ଠୀ ସଂଘର୍ଷ । ଗୋମାଂସ ବିକ୍ରିକୁ ନେଇ ଏହି ଉତ୍ତେଜନା ହୋଇଥିବା ସୂଚନା ରହିଛି । ତେବେ ଗୋଷ୍ଠୀ ସଂଘର୍ଷ ପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ପାରିପାର୍ଶ୍ବିକ ସ୍ଥିତିକୁ ଦେଖି BNS ୧୬୩ ଜାରି କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ବଜାରରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ବଡ଼ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ଆସନ୍ତାକାଲି ସହରର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନେଲା ପ୍ରଶାସନ ।

School Close
ଏହାସହ ଆଗାମୀ ୨୪ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସହରରେ ଇଣ୍ଟରନେଟ ବନ୍ଦ ସହ BNSର ୧୬୩ ଧାରା ଲାଗୁ କରିଛି ପ୍ରଶାସନ । ଘଟଣା ପରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଛନ୍ତି । ସ୍ଥିତିକୁ ଆୟତ୍ତ କରିବା ୧୦ ପ୍ଲାଟୁନ ପୁଲିସ ବଳ ବ୍ୟବସ୍ଥା କରାଯାଇଥିବା ଶ୍ରୀ ରାୟ କହିଛନ୍ତି । ଏହାସହ ଶାନ୍ତି କମିଟି ବୈଠକ ଡାକି ସମାଧାନ କରିବାକୁ ଏସପିଙ୍କୁ ନିବେଦନ କରିଥିବା କହିଲେ ଡ଼ିଆଇଜି ।
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+