ଯାଜପୁର ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ

ଆସନ୍ତାକାଲି ଠାରୁ ଖୋଲିବାକୁ ଯାଉଛି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ । ହେଲେ ଯାଜପୁର ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଜିଲ୍ଲାରେ ହଇଜା ଓ ଝାଡ଼ାବାନ୍ତି ସଂକ୍ରମଣ ରୋକିବା ପାଇଁ ଯାଜପୁର ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ତେବେ ସ୍କୁଲ ବନ୍ଦ ସମୟରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସ୍କୁଲ ଯିବାକୁ ନିର୍ଦ୍ଦେଶ ଦିଆଯାଇଠଛି । ଏଥିସହ ଏହି ଛୁଟି ସମୟରେ ସମସ୍ତ ବିଦ୍ୟାଳୟରେ ପାନୀୟ ଜଳ ବିଷୋଧନ କରାଯିବ। ପରେ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ । ପିଇବା ଉପଯୋଗୀ ନଥିଲେ ଅନ୍ୟ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଶିକ୍ଷକ ଓ ଅଙ୍ଗନବାଡ଼ି କର୍ମୀ ସ୍କୁଲ୍‌ ଆସି ପରିମଳ ବ୍ୟବସ୍ଥା ପରଖିବେ ।

ସେହିପରି ଆସନ୍ତାକାଲି ଭୁବନେଶ୍ବର, କଟକ ମହାନଗରରେ ବନ୍ଦ ରହିବ ସମସ୍ତ ସ୍କୁଲ୍‌। ଖୋର୍ଦ୍ଧା ଓ କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି ଗଣ ଶିକ୍ଷା ବିଭାଗ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ସ୍କୁଲ୍‌ ଛୁଟି ରଖିବାକୁ ନିର୍ଦ୍ଦେଶ । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ପାଇଁ ବିପୁଳ ଜନ ସମାଗମ ହେବ। ଟ୍ରାଫିକ୍‌ ସମସ୍ୟା ଆଶଙ୍କା କରି ସ୍କୁଲ୍‌ ଛୁଟି ପାଇଁ ନିଷ୍ପତ୍ତି ନେଇଛି ବିଭାଗ।

All schools and anganwadi centers in Jajpur district

ସେହିପରି ଭଦ୍ରକରେ ସ୍କୁଲ ଛୁଟି ଆଉ ୨ ଦିନ ବଢ଼ିଛି । ସ୍କୁଲଗୁଡ଼ିକ ଜୁନ୍ ୨୨ରେ ଖୋଲିବ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଆଶା ଏବଂ ଅଙ୍ଗନୱାଡି କର୍ମୀଙ୍କ ସମେତ ସ୍ୱାସ୍ଥ୍ୟ ସେବା ଦଳଗୁଡ଼ିକ ବିଭିନ୍ନ ପରିବାରଙ୍କ ପାଖକୁ ଯାଇ ନିରାପଦ ପାନୀୟ ଜଳ ବଣ୍ଟନ କରି ସକ୍ରିୟ ଭାବରେ ସଚେତନତା ଅଭିଯାନ ଚଳାଇଛନ୍ତି। ଜଳ ଉତ୍ସଗୁଡ଼ିକୁ ବିଶୁଦ୍ଧ କରିବା ଏବଂ ଜନସାଧାରଣଙ୍କୁ ପ୍ରତିଷେଧକ ପଦକ୍ଷେପ ବିଷୟରେ ଅବଗତ କରାଇବା ପାଇଁ ପ୍ରୟାସ ତ୍ୱରାନ୍ୱିତ କରାଯାଉଛି।
ଏହି ସ୍ୱାସ୍ଥ୍ୟ ସତର୍କତାରେ ସାର୍ବଜନୀନ ପରିଚ୍ଛନ୍ନତା ବଜାୟ ରଖିବାର ଗୁରୁତ୍ବ ​​ଏବଂ ରୋଗ ପ୍ରକୋପ ସମୟରେ ଶୀଘ୍ର ପ୍ରଶାସନିକ ପ୍ରତିକ୍ରିୟାର ପଦକ୍ଷେପକୁ ଉଲ୍ଲେଖ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+