ହାଇକୋର୍ଟର ସମସ୍ତ ଅବରସରପ୍ରାପ୍ତ ବିଚାରପତି ପୂର୍ଣ୍ଣ ପେନସନ୍ ପାଇବେ

ଅତିରିକ୍ତ ବିଚାରପତି ଭାବରେ ଅବସର ନେଇଥିବା ବ୍ୟକ୍ତିଙ୍କ ସମେତ ସମସ୍ତ ହାଇକୋର୍ଟ ବିଚାରପତି ପୂର୍ଣ୍ଣ ପେନସନ ପାଇବାକୁ ହକଦାର। ଜଣେ ବିଚାରପତି ଜିଲା ନ୍ୟାୟାଳୟରୁ ପଦୋନ୍ନତି ପାଇଛନ୍ତି କି ବାରରୁ ଉନ୍ନୀତ ହୋଇଛନ୍ତି ତାହା ଉପରେ କୌଣସି ପାର୍ଥକ୍ୟ କରାଯାଇପାରିବ ନାହିଁ ବୋଲି ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସୁପ୍ରିମକୋର୍ଟ କହିଛନ୍ତି।

High Court

ସୁପ୍ରିମକୋର୍ଟ କହିଛନ୍ତି ଯେ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତିମାନେ ବାର୍ଷିକ ୧୫ ଲକ୍ଷ ଟଙ୍କା ପେନସନ ଭାବରେ ପାଇବେ। ସେହିପରି ଅତିରିକ୍ତ ବିଚାରପତି ଭାବରେ କାର୍ଯ୍ୟ କରିଥିବା ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିମାନଙ୍କୁ ବାର୍ଷିକ ₹୧୩.୬ ଲକ୍ଷ ପୂର୍ଣ୍ଣ ପେନସନ ପ୍ରଦାନ କରାଯିବ। ସମସ୍ତ ବିଚାରପତି, ସେମାନେ ବାରରୁ ପଦୋନ୍ନତି କିମ୍ବା ଅଧସ୍ତନ ନ୍ୟାୟାଳୟରୁ ପଦୋନ୍ନତି ଦ୍ୱାରା ନ୍ୟାୟପାଳିକାରେ କିପରି ପ୍ରବେଶ କରିଥିଲେ ଓ ନିଯୁକ୍ତି ପାଇଥିଲେ ସେଥିରେ କୌଣସି ପାର୍ଥକ୍ୟ ତାହା ଦେଖାଯିବ ନାହିଁ। ତେବେ ସମସ୍ତଙ୍କ ଲାଗି ଗୋଟିଏ ନିୟମରେ ସମସ୍ତେ ସମାନ ପେନସନ ଲାଭ ପାଇବାକୁ ହକଦାର ହୋଇପାରିବେ। ଏହାସହିତ ପରିବାର ପେନସନ ଏବଂ ବିଧବା ଭତ୍ତା ଅବସରପ୍ରାପ୍ତ ଅତିରିକ୍ତ ବିଚାରପତିଙ୍କ ପରିବାର ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ ବୋଲି ସୁପ୍ରିମ କୋର୍ଟ ରାୟ ଶୁଣାଇଛନ୍ତି।

ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ସମସ୍ତ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ସ୍ଥାୟୀ କିମ୍ବା ଅତିରିକ୍ତ ବିଚାରପତି ଭାବରେ କାର୍ଯ୍ୟ କରିଥିବେ, ସମସ୍ତେ ସମାନ ପେନସନ ଏବଂ ଅବସରକାଳୀନ ସୁବିଧା ପାଇବାକୁ ହକଦାର।

ମୁଖ୍ୟ ବିଚାରପତି ବି.ଆର. ଗବାଇ ଏବଂ ବିଚାରପତି ଏଜି ମସିହଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ ନିଯୁକ୍ତି ପଦ୍ଧତି ଆଧାରରେ ବିଚାରପତିମାନଙ୍କ ମଧ୍ୟରେ ଅବସର ପରବର୍ତ୍ତୀ ସୁବିଧାରେ ପାର୍ଥକ୍ୟ କରିବା ସମ୍ବିଧାନର ଧାରା ୧୪ ସମାନତାର ଅଧିକାରକୁ ସୁନିଶ୍ଚିତ କରେ। ଅବସର ପରେ ଟର୍ମିନାଲ୍ ସୁବିଧା ପାଇଁ ବିଚାରପତିମାନଙ୍କ ମଧ୍ୟରେ ଯେ କୌଣସି ପ୍ରକାରର ପାର୍ଥକ୍ୟ ରହିବ ନାହିଁ। ଅତିରିକ୍ତ ବିଚାରପତି ଭାବରେ ଅବସର ନେଇଥିବା ବ୍ୟକ୍ତିଙ୍କ ସମେତ ସମସ୍ତ ହାଇକୋର୍ଟ ବିଚାରପତି ପୂର୍ଣ୍ଣ ପେନସନ ପାଇବାକୁ ହକଦାର। ଜଣେ ବିଚାରପତି ଜିଲା ନ୍ୟାୟାଳୟରୁ ପଦୋନ୍ନତି ପାଇଛନ୍ତି କି ବାରରୁ ଉନ୍ନୀତ ହୋଇଛନ୍ତି ତାହା ଉପରେ କୌଣସି ପାର୍ଥକ୍ୟ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+