ରାଜଧାନୀରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ : ତାରିଖ ଘୋଷଣା କଲା ବିଏମସି
ରାଜଧାନୀରେ ଆସନ୍ତା 23 ତାରିଖରୁ ସମସ୍ତ ଧର୍ମାନୁଷ୍ଠାନ ଖୋଲିବ
ଭୁବନେଶ୍ୱର । କରୋନା ମାମଲାକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ନେଇଛି ବିଏମସି । ରାଜଧାନୀରେ ଆସନ୍ତା 23 ତାରିଖରୁ ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। ଏ ନେଇ ବିଏମସି ପକ୍ଷରୁ ସମସ୍ତ ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରାଯାଇଛି । ଆଲୋଚନା ପରେ ଧର୍ମାନୁଷ୍ଠାନ ଖୋଲିବା ନେଇ ବିଏମସି କମିଶନର ସଞ୍ଜୟ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

କୋଭିଡର ଦ୍ୱିତୀୟ ଲହର ଯୋଗୁ ରାଜଧାନୀ ଭୁବନେଶ୍ୱରରେ ଦୀର୍ଘ ତିନି ମାସ ହେଲା ସମସ୍ତ ମନ୍ଦିର ବନ୍ଦ ରହିଛି । ତେବେ ଅଗଷ୍ଟ ଗାଇଡ୍ ଲାଇନ୍ ରେ ସରକାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ଅନୁମତି ପ୍ରଦାନ କରିଥିଲେ । ତେବେ ଏହି ଅନୁମତି ସ୍ଥାନୀୟ ପ୍ରଶାସନ ଉପରେ ଛଡାଯାଇଥିଲା । ସ୍ଥିତିକୁ ଦେଖି ସେମାନେ ଧର୍ମାନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ନେବେ ବୋଲି ରାଜ୍ୟ ସରକାର କହିଥିଲେ । ସେହି କ୍ରମରେ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଧିରେ ଧିରେ ଖୋଲିବାକୁ ଲାଗିଛି ।
More From
-
ସମ୍ରାଟ ଚୌଧୁରୀ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ହେଲେ ବିଧାୟକ ଦଳ ନେତା -
୭୮ ବର୍ଷ ବୟସରେ ପାଦ ଥାପିଲା ଭୁବନେଶ୍ୱର, ସମୟ ସହ ବଦଳିଛି.. -
ଆଲୋଚନା ବିଫଳ ପରେ ବଢ଼ିଲା ଟେନସନ୍, ଇରାନ ବନ୍ଦରକୁ ସାମୁଦ୍ରିକ ପରିବହନ ବନ୍ଦ କରିବ ଆମେରିକା -
ଆଜିଠୁ ଭିତର ରତ୍ନଭଣ୍ଡାରରେ ହେବ ଗଣତିମଣତି -
ରାଜ୍ୟରେ ଲାଗୁହେଲା ଓଡ଼ିଶା ସରକାରୀ ବିଶ୍ୱ ବିଦ୍ୟାଳୟ ଅଧିନିୟମ-୨୦୨୬ -
ଆଜି ଆଶାତାଇଙ୍କ ଶେଷକୃତ୍ୟ -
ନୂଆଦିଲ୍ଲୀ ବିଜ୍ଞାନ ଭବନରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀ, କାର୍ଯ୍ୟକ୍ରମକୁ ସମ୍ବୋଧନ କଲେ ମୋଦୀ -
ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି, ମହାପ୍ରଭୁଙ୍କୁ ଦର୍ଶନ କରିବେ ହଜାର ହଜାର ସଂଖ୍ୟାର ଭକ୍ତ -
ବକେୟା ବିଲ୍ ଥିଲେ ବି ବିଦ୍ୟୁତ୍ କାଟ ନୁହେଁ : ଶକ୍ତି ମନ୍ତ୍ରୀଙ୍କ ନିର୍ଦ୍ଦେଶ -
ଯୁବବର୍ଗଙ୍କ ଆର୍ଥିକ ସଚେତନତା ଓ ଦାୟିତ୍ୱବୋଧତା ସମୃଦ୍ଧ ଓଡ଼ିଶା ଗଠନର ମୂଳଦୁଆ ପକାଇବ : ମୁଖ୍ୟମନ୍ତ୍ରୀ -
Adani Green Energy Limited ESG ରେଟିଂରେ ନମ୍ବର 1—87.3 ସ୍କୋର ସହ ଦେଶରେ ଶୀର୍ଷରେ -
ନୀତିଶ ଯୁଗ’ର ଅନ୍ତ: ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା





Click it and Unblock the Notifications