ନୂଆ ବର୍ଷରୁ ଖୋଲିବ ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ, SOP ଜାରି କଲା BMC
କରୋନା ମହାମରୀ ପାଇଁ ବନ୍ଦ ଥିବା ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ ଆସନ୍ତା ଜାନୁୟାରୀ 3ରୁ ଖୋଲିବା ପାଇଁ ଅନୁମତି ଦେଇଛି ବିଏମଏସି ।
ଭୁବନେଶ୍ୱର: ନୂଆ ବର୍ଷରେ ଦିଅଁ ଦର୍ଶନ କରିବେ ରାଜଧାନୀବାସୀ । କରୋନା ମହାମରୀ ପାଇଁ ବନ୍ଦ ଥିବା ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ ଆସନ୍ତା ଜାନୁୟାରୀ 3ରୁ ଖୋଲିବା ପାଇଁ ଅନୁମତି ଦେଇଛି ବିଏମଏସି । ଏନେଇ ବିଏମସି ପକ୍ଷରୁ ଆଜି ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି। ତେବେ ଧାର୍ମିକ ଅନୁଷ୍ଠାନଗୁଡ଼ିକ ଏଥିପୂର୍ବରୁ ଲିଖିତ ଭାବେ ଅଣ୍ଡରଟେକିଂ ଦେବେ।

ବିଏମସିର ଏସଓପିରେ ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ପିନ୍ଧିବା ଦିଗରେ ମନ୍ଦିର କର୍ତ୍ତୃପକ୍ଷ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମନ୍ଦିର ଭିତରକୁ କେତେ ଭକ୍ତ ପ୍ରବେଶ କରିବେ ସେ ନେଇ ମନ୍ଦିର କର୍ତ୍ତୃପକ୍ଷ ଭୁବନେଶ୍ବର ମହାନଗର ନିଗମକୁ ଜଣାଇବେ । ମନ୍ଦିର ଓ ଅନ୍ୟାନ ଧର୍ମାନୁଷ୍ଠାନ ପକ୍ଷରୁ ହସ୍ତଗତ ହୋଇଥିବା ତଥ୍ୟକୁ ପରେ ବିଏମସି ଅନୁଧ୍ୟାନ କରିବ।
ଡିସେମ୍ବର 27 ତାରିଖରେ ଲିଙ୍ଗରାଜ ମନ୍ଦିର ଖୋଲିବାକୁ ଅନୁମତି ଦେଇଛି ବିଏମସି । ଏହାସହ ବଡ଼ଦିନ ଉପଲକ୍ଷେ ଚର୍ଚ୍ଚ ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି । ତେବେ ଏଥିପାଇଁ ଚର୍ଚ୍ଚଗୁଡ଼ିକୁ ସ୍ବତନ୍ତ୍ର ଅନୁମତି ନେବାକୁ ହେବ । ଏହାପୂର୍ବରୁ ବିଏମସି ପକ୍ଷରୁ ଜାରି ହୋଇଥିବା ଏସଓପିରେ କୋଭିଡ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications