ଆସନ୍ତା ୪ରୁ ଖୋଲିବ ଯାଜପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ, ଆରମ୍ଭ ହେବ ସାଧାରଣ ଦର୍ଶନ
ଆଉ ଦୁଇ ଦିନ ପରେ ଖୋଲିବ ଯାଜପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲପାଳ ଚକ୍ରବର୍ତ୍ତୀ ସିଂ ରାଠୋର। କୋଭିଡ କଟକଣା ମାନି ଶ୍ରଦ୍ଧାଳୁମାନେ ମନ୍ଦିରରେ ଦର୍ଶନ କରି ପାରିବେ ବୋଲି କୁହାଯାଇଛି ।
ଯାଜପୁର: ଆଉ ଦୁଇ ଦିନ ପରେ ଖୋଲିବ ଯାଜପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲପାଳ ଚକ୍ରବର୍ତ୍ତୀ ସିଂ ରାଠୋର। କୋଭିଡ କଟକଣା ମାନି ଶ୍ରଦ୍ଧାଳୁମାନେ ମନ୍ଦିରରେ ଦର୍ଶନ କରି ପାରିବେ ବୋଲି କୁହାଯାଇଛି ।

ଉଲ୍ଲେଖାଥାଉ କି, ଅଗଷ୍ଟ ଗାଇଡଲାଇନରେ ମନ୍ଦିର ଖୋଲିବା ନେଇ ରାଜ୍ୟ ସରକାର ଅନୁମତି ଦେଇଥିଲେ । ସ୍ଥାନୀୟ ପ୍ରଶାସନ ଏନେଇ ନିଷ୍ପତ୍ତି ନେବେ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । ତେଣୁ ମନ୍ଦିର ଖୋଲିବା ନେଇ ସେବାୟତଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିଲା ଆଉ ମନ୍ଦିର ଖୋଲିବା ନେଇ ସବୁଜ ସଙ୍କେତ ଦେଇଛନ୍ତି ଜିଲ୍ଲାପାଳ।
ସେପଟେ, ଆଜିଠୁ ଖୋଲିଛି କୋଣାର୍କର ସୂର୍ଯ୍ୟ ମନ୍ଦିର । କରୋନା ମହାମାରୀ ପାଇଁ ଲକଡାଉନ ଯୋଗୁଁ ବନ୍ଦ ରହିଥିବା ବିଶ୍ୱ ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ ଖୋଲିବା ପରେ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଦୀର୍ଘଦିନ ପରେ ଚଳଚଞ୍ଚଳ ହୋଇ ଉଠିଛି କୋଣାର୍କ ଓ ଚନ୍ଦ୍ରଭାଗା । ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକ ଚନ୍ଦ୍ରଭାଗା ବେଳାଭୂମିରେ ବୁଲିବା ସହ ସମୁଦ୍ରରେ ଗାଧୋଇ ମଜ୍ଜା ନେଉଛନ୍ତି।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications