ନିର୍ବାଚନ ପାଇଁ ଆମେ ପୂରା ପ୍ରସ୍ତୁତ : ସିଇସି ରାଜୀବ କୁମାର

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଶନିବାର (ଫେବୃଆରୀ ୧୭) କହିଛନ୍ତି ଯେ ୨୦୨୪ ବିଧାନସଭା ନିର୍ବାଚନ ଏବଂ ରାଜ୍ୟସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ରାଜୀବ କୁମାର କହିଛନ୍ତି ଯେ ମୁଁ ନିର୍ବାଚନ ଆୟୋଗଙ୍କ ତରଫରୁ ଏବଂ ଆପଣଙ୍କ (ଗଣମାଧ୍ୟମ) ମାଧ୍ୟମରେ କହିବାକୁ ଚାହେଁ ଯେ ୨୦୨୪ ବିଧାନସଭା ନିର୍ବାଚନ ଏବଂ ରାଜ୍ୟ (ଓଡିଶା) ବିଧାନସଭା ନିର୍ବାଚନ କରିବାକୁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ, ପ୍ରତ୍ୟେକ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି ।

ସିଇସି ରାଜୀବ କୁମାର କହିଛନ୍ତି, ଗଣତନ୍ତ୍ରର ମହାପର୍ବରେ ସମସ୍ତେ ସାମଲି ହୁଅନ୍ତୁ । ଏହି ମହାପର୍ବରେ ଓଡ଼ିଶାରେ ମୋଟ ୩ କୋଟି ୩୨ ଲକ୍ଷ ମତଦାତା ଭୋଟ୍ ଦେବେ । ମୋଟ୍ ୩୭, ୮୦୯ଟି ବୁଥ୍‌ରେ ଭୋଟ୍ ଗ୍ରହଣ କରାଯିବ । ସେଥିରୁ ୨୨,୬୮୫ଟି କେନ୍ଦ୍ରରେ ୱେବ୍‌କାଷ୍ଟିଂ କରାଯିବ । ସେହିପରି ପ୍ରାୟ ୪୦୦୦ ବୁଥ୍‌ରେ କେବଳ ମହିଳା ଅଧିକାରୀ ନିୟୋଜିତ ହେବେ । ଯେଉଁଠି କୌଣସି ତ୍ରୁଟି ଦେଖାଯିବ, ଲୋକେ କମିସନଙ୍କୁ ଜଣାଇପାରିବେ ।

CEC Rajiv Kumar

ଲୋକେ ନାମ ଗୋପନ ରଖି କମିସନଙ୍କୁ ଅଭିଯୋଗ କରିପାରିବେ । ଏହିଭଳି ଅଭିଯୋଗ ଆସିଲେ, ୧୦୦ ମିନିଟ୍ ମଧ୍ୟରେ ଆମ ଟିମ୍ ପହଞ୍ଚିବେ । ନିର୍ଦ୍ଦିଷ୍ଟ ସ୍ଥାନରେ ସଭା ଆୟୋଜନ ପାଇଁ ଯିଏ ପ୍ରଥମେ ଆବେଦନ କରିବ, ତାକୁ ମିଳିବ । ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ଥିଲେ ସେମାନେ ୩ ଥର ବିଜ୍ଞାପନ ଦେଇ ଜଣାଇବେ ।

ସୁଚନାନୁସାରେ ତିନିଦିନିଆ ଓଡିଶା ଗସ୍ତରେ ଆସି ସାଧାରଣ ନିର୍ବାଚନ ନେଇ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ଇସିଆଇ । ନିର୍ବାଚନ ଆୟୋଗ ୧୬ ତାରିଖରେ ଜାତୀୟ ଓ ରାଜ୍ୟର ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ, ଡିଇଓ, ଏସପି, ସିପି, ଡିଭିଜନାଲ କମିଶନର ଆଇଜିଙ୍କ ସହ ନିର୍ବାଚନ କମିଶନ ଆଲୋଚନା କରିଛନ୍ତି । ସେହିପରି ୧୭ ତାରିଖରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ରାଜ୍ୟ ପୋଲିସ ନୋଡାଲ ଅଫିସର, ସିପିଏଫ ନୋଡାଲ ଅଫିସର, ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସହ ଆଲୋଚନା କରି ନିର୍ବାଚନ ପ୍ରସ୍ତୁତିରେ ସମୀକ୍ଷା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+