ଆସନ୍ତାକାଲି ସାରା ରାଜ୍ୟରେ ବନ୍ଦ ରହିବ ସମସ୍ତ ପେଟ୍ରୋଲ ପମ୍ପ୍
ଆସନ୍ତା କାଲି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ । ଏହି ସୂଚନା ଦେଇଛନ୍ତି ଅଲ୍ ଓଡିଶା ପେଟ୍ରୋଲ ଡିଲର ଆସୋସିଏସନ୍ ସଭାପତି ଶଶାଙ୍କ ଶେଖର ସାହୁ। ସୁରକ୍ଷା ଦୃଷ୍ଟିରୁ ସକାଳ 6 ଟାରୁ ସନ୍ଧ୍ୟା 6 ଟା ଯାଏଁ ବନ୍ଦ ରହିବ ପେଟ୍ରୋଲ ପମ୍ପ । ସରକାର ସୁରକ୍ଷା ଦେବା ପରେ ପେଟ୍ରୋଲ ପମ୍ପ ଖୋଲିବ । ଏନେଇ ନିଷ୍ପତ୍ତି ନେଇଛି ପେଟ୍ରୋଲ ଡିଲର ସଂଘ ।

3 ଡିପୋ ସହ ରାଜ୍ୟରେ ଥିବା 3 ହଜାରରୁ ଅଧିକ ପେଟ୍ରୋଲ ପମ୍ପ ବନ୍ଦ ରହିବ । ଫଳରେ ବ୍ୟବସାୟରେ 100 କୋଟିରୁ ଅଧିକ କ୍ଷତି ହେବ ବୋଲି ଅନୁମାନ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ପେଟ୍ରୋଲ ଡିଲର ସଂଘ ରାଜ୍ୟ ସଭାପତି । ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀଙ୍କ ମୃତ୍ୟୁ ପରେ ରାଜ୍ୟ ରାଜନୀତି ଜୋର୍ ଧରିଥିବା ବେଳେ କଂଗ୍ରେସ ପକ୍ଷରୁ ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ କଂଗ୍ରେସ ସମେତ ସମସ୍ତ ବାମପନ୍ଥୀ ଦଳ ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମ୍ଏଲ), ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍, ଏନ୍ସିପି, ଏସ୍ପି ଓ ଆର୍ଜେଡି ଦଳ ସମର୍ଥନ ଜଣାଇଛନ୍ତି।












Click it and Unblock the Notifications