ବିଧାନସଭା ଶୀତ ଅଧିବେଶନ ପାଇଁ ୨୧ରେ ବସିବ ସର୍ବଦଳୀୟ ବୈଠକ

ବିଧାନସଭା ଶୀତ ଅଧିବେଶନ ପାଇଁ ଆସନ୍ତା ୨୧ ରେ ବସିବ ସର୍ବଦଳୀୟ ବୈଠକ । ଅଧିବେଶନକୁ ସୁରୁଖୁରରେ ଶେଷ କରିବାକୁ ବୈଠକରେ ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡିବେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନ ପାଇଁ ଆସନ୍ତା ୨୧ ରେ ବସିବ ସର୍ବଦଳୀୟ ବୈଠକ । ଅଧିବେଶନକୁ ସୁରୁଖୁରରେ ଶେଷ କରିବାକୁ ବୈଠକରେ ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡିବେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଏଥର ଅଧିବେଶନ କୋଭିଡ କଟକଣା ଭିତରେ ହେବ ନା ନିୟମର କିଛି ପରିବର୍ତ୍ତନ କରାଯିବ ତାହା ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯିବ ।

Odisha Assembly Winter session

ଦିନ ୧୧ଟା ୩୦ମିନିଟରେ ବିଧାନ ସଭାର ନୂତନ ସମ୍ମିଳନୀ କକ୍ଷରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧକ୍ଷତା ରେ ବସିବାକୁ ଥିବା ଏହି ବୈଠକର ବିରୋଧି ଦଳର ମୁଖ୍ୟ ସଚେତକ ମୋହନ ମାଝୀ, କଂଗ୍ରେସ୍ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ସାମିଲ ହୋଇ ପାରନ୍ତି ।

ଉଲ୍ଲେଖଥାଉ କି, ନଭେମ୍ବର ୨୪ ତାରିଖ ରୁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା ଶୀତ ଅଧିବେଶନ । ଷୋଡଶ ବିଧାନସଭାର ୧୧ ତମ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଛି । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ଆସିବାର ସମ୍ଭାବନା ରହିଛି । ପ୍ରଥମ ଦିନରେ ଅତିରିକ୍ତ ବଜେଟ୍ ଆଗତ ହେବ । ଡିସେମ୍ବର 12ରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+