ବିଧାନସଭା ଶୀତ ଅଧିବେଶନ: ଦିନକୁ ୫ଘଣ୍ଟା ଚାଲିବ ଗୃହକାର୍ଯ୍ୟ, ସର୍ବଦଳୀୟ ବୈଠକରେ ହେଲା ସ୍ଥିର
ଆସନ୍ତା ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଶୀତକାଳୀନ ଅଧିବେଶନ ପାଇଁ ଆଜି ବସିଥିଲା ସର୍ବଦଳୀୟ ବୈଠକ । ଏହି ଅଧିବେଶନରେ ୨୬ ଦିନ ଧରି ଗୃହକାର୍ଯ୍ୟ ଚାଲିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି । ସେହିପରି ପ୍ରତ୍ୟେକ ଦିନ ୫ ଘଣ୍ଟା ଚାଲିବ ଗୃହକାର୍ଯ୍
ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଶୀତକାଳୀନ ଅଧିବେଶନ ପାଇଁ ଆଜି ବସିଥିଲା ସର୍ବଦଳୀୟ ବୈଠକ । ଏହି ଅଧିବେଶନରେ ୨୬ ଦିନ ଧରି ଗୃହକାର୍ଯ୍ୟ ଚାଲିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି । ସେହିପରି ପ୍ରତ୍ୟେକ ଦିନ ୫ ଘଣ୍ଟା ଚାଲିବ ଗୃହକାର୍ଯ୍ୟ ।

ସର୍ବଦଳୀୟ ବୈଠକରେ କଣ ସ୍ଥିର ହେଲା-
- ଆସନ୍ତା ୧ ତାରିଖରୁ ୩୧ ତାରିଖ ଯାଏଁ ଚାଳିବ ବିଧାନସଭାର ଶୀତକାଳୀନ ଅଧିବେଶନ
- ୨୬ ଦିନ ଚାଲିବ ଶୀତକାଳୀନ ଅଧିବେଶନ
- ପ୍ରତ୍ୟେକ ଦିନ ୫ ଘଣ୍ଟା ଚାଲିବ ଗୃହକାର୍ଯ୍ୟ
- ଦିନ ୧୦ଟା ୩୦ରୁ ଆରମ୍ଭ ହୋଇ ୧ଟା ୩୦ଯାଏଁ ଚାଲିବ ଗୃହକାର୍ଯ୍ୟ
- ଅପରାହ୍ନ ୪ଟା ରୁ ୬ଟା ଯାଏଁ ଦ୍ବିତୀୟ ସେସନ୍
- ପ୍ରଥମ ଦିନ ବିଧାନସଭା ୧୧ଟାରେ ଆରମ୍ଭ ହେବ
- ସନ୍ଧ୍ୟା ୫ ଟା ବେଳେ ଉପସ୍ଥାପନ ହେବ ଅତିରିକ୍ତ ବଜେଟ୍
- ମୁଲତବୀ ପ୍ରସ୍ତାବ ୯୦ ମିନିଟ୍ ଆଲୋଚନା ହେବ
- ବିରୋଧୀଙ୍କୁ ୫୫ ମିନିଟ ଓ ମନ୍ତ୍ରୀଙ୍କ ରିପ୍ଲାଏ ସହ ଶାସକ ଦଳକୁ ୩୫ ମିନିଟ ରହିବ
- ସପ୍ତାହରେ ୪ ଦିନ ବିଜେପି ଓ ୨ ଦିନ କଂଗ୍ରେସ ଆଣି ପାରିବେ ମୁଲତବୀ ପ୍ରସ୍ତାବ
- ରାଜ୍ୟପାଳଙ୍କ ଅଭିଭାଷଣ ଓ ପ୍ରଶ୍ନକାଳ ବେଳେ ହଟ୍ଟାଗୋଳ ହେବ ନାହିଁ
- ପୂର୍ବପରି ବିଧାନସଭା ଏଥର ମଧ୍ୟ କୋଭିଡ ଗାଇଡ଼ ଲାଇନ ଚାଲିବ
ତେବେ ବୈଠକକୁ ବର୍ଜନ କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠି । ପୂର୍ବରୁ ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ନେତା ଓ ଉପନେତା ରହିପାରିବେ ବୋଲି କୁହାଯାଇଛି । କିନ୍ତୁ ବିରୋଧୀ ଦଳ ନେତାଙ୍କ ଅସୁସ୍ଥତା କାରଣରୁ ବିରୋଧୀ ଦଳ ଉପନେତା ଉପସ୍ଥିତ ରହିପାରିବେ ବୋଲି କୁହାଯାଇଛି । ଏହା ବାଦ୍ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଓ ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ବୈଠକରେ ସାମିଲ କରିବାକୁ ଦାବି କରିଥିଲା ବିଜେପି । ଗତ ସର୍ବଦଳୀୟ ବୈଠକରେ ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ଏଥର ବାଚସ୍ପତି ଆଗ୍ରହ୍ୟ କରିବାରୁ ବୈଠକକୁ ବୟକଟ କରିଛି ଦଳ ।












Click it and Unblock the Notifications