ବିଧାନସଭା ମୌସୁମୀ ଅଧିବେଶନ ପାଇଁ ୨୭ରେ ସର୍ବଦଳୀୟ ବୈଠକ
ଆସନ୍ତା ସେପ୍ଟେମ୍ବର ୧ରୁ ବିଧାନସଭା ମୌସୁମୀ ଅଧିବେଶନ ଥିବାରୁ ଅଗଷ୍ଟ ୨୭ରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ସୂର୍ଯ୍ୟ ପାତ୍ର । ମୌସୁମୀ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ପାଇଁ ବୈଠକ ବସିବ ।
ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧ରୁ ବିଧାନସଭା ମୌସୁମୀ ଅଧିବେଶନ ଥିବାରୁ ଅଗଷ୍ଟ ୨୭ରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ସୂର୍ଯ୍ୟ ପାତ୍ର । ମୌସୁମୀ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ପାଇଁ ବୈଠକ ବସିବ । କୋଭିଡ କଟକଣାରେ ଅଧିବେଶନ ଚାଲିବା ନେଇ ଆଲୋଚନା ହେବ ।

ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଷୋଡ଼ଶ ବିଧାନସଭାର ସପ୍ତଦଶ ଅଧିବେଶନ ଆସନ୍ତା ସେପ୍ଟେମ୍ବର ୧ରୁ ୯ତାରିଖ ପର୍ଯ୍ୟନ୍ତ ଚାଲିବ। ସେପ୍ଟେମ୍ବର ୩ ତାରିଖକୁ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ପାଇଁ ରଖାଯାଇଥିବାବେଳେ ଅନ୍ୟ ସମସ୍ତ ଦିନଗୁଡ଼ିକ ଅଫିସିଆଲ କାର୍ଯ୍ୟଦିବସ ରହିଛି। ୫ ତାରିଖ ରବିବାର ପଡ଼ୁଥିବାରୁ ସେଦିନ ଛୁଟି ରହିବ। ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ଦ୍ୱାରା ଜାରି ସମନ ଅନୁସାରେ, ସେପ୍ଟେମ୍ବର ୧ତାରିଖ ପୂର୍ବାହ୍ନ ୧୧ଟାରେ ବିଧାନସଭା ଅଧିବେଶନ ଆରମ୍ଭ ପାଇଁ ରାଜ୍ୟପାଳ ସମନ ଜାରି କରିଛନ୍ତି।












Click it and Unblock the Notifications