ହକି ବିଶ୍ୱକପ ସର୍ବଦଳୀୟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

ହକି ବିଶ୍ବକପକୁ ସଫଳତର ସହ ଆୟୋଜନ କରିବା ପାଇଁ ଆଲୋଚନା କରିବାକୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସନ୍ଧ୍ୟା ୫ଟାରେ ବସିବ ସର୍ବଦଳୀୟ ବୈଠକ ।

ଭୁବନେଶ୍ବର: ହକି ବିଶ୍ବକପକୁ ସଫଳତର ସହ ଆୟୋଜନ କରିବା ପାଇଁ ଆଲୋଚନା କରିବାକୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସନ୍ଧ୍ୟା ୫ଟାରେ ବସିବ ସର୍ବଦଳୀୟ ବୈଠକ । ଲୋକସେବା ଭବନ କନଭେନସନ ହଲ୍‌ରେ ବସିବ ବୈଠକ ।

Hockey World Cup

ଆସନ୍ତା ଜାନୁୟାରୀ 13 ତାରିଖରୁ ଭୁବନେଶ୍ବରର କଳିଙ୍ଗ ହକି ଷ୍ଟାଡିୟମ୍ ଓ ରାଉରକେଲାର ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ହକି ବିଶ୍ବକପ୍‌ର ସମସ୍ତ ମ୍ୟାଚ୍ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କ କ୍ଷମତା ୧୫ ହଜାରକୁ ବୃଦ୍ଧି ହୋଇଥିବାବେଳେ ନବନିର୍ମିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ୨୦ ହଜାର ଦଶର୍କ ମ୍ୟାଚ ଦେଖିବା ନିମନ୍ତେ ବ୍ୟବସ୍ଥା କରାଯାଇଛି।

ରାଉରକେଲା ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ବିକାଶମୂଳକ କାର୍ଯ୍ୟ ଆଗେଇ ଚାଲିଥିବା ସହରକୁ ସୁନ୍ଦର ଭାବେ ସଜା ଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+